ଓଡିଶା

odisha

ETV Bharat / state

ଶ୍ବଶୁର ଘରେ ଜ୍ବାଇଁ ସାଜିଲା ସଇତାନ, 6ଜଣଙ୍କୁ ପନିକିରେ ହାଣିଲା

ଜଳେଶ୍ବର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶାଶୁ, ଶଳା, ଶ୍ବଶୁରଙ୍କୁ ମରାଣାନ୍ତକ ଆକ୍ରମଣ କରିଛି ଜ୍ବାଇଁ । ଜ୍ବାଇଁର ଦୌରାତ୍ମ୍ୟରୁ ବର୍ତ୍ତି ପାରି ନାହିଁ ପୋଲିସ । ସେପଟେ ଜ୍ବାଇଁକୁ ଗ୍ରାମବାସୀଙ୍କ ସହାୟତାରେ କାବୁ କରି ଥାନାକୁ ପଠାଯାଇଛି । ଜ୍ବାଇଁର ଆକ୍ରମଣରେ କ୍ଷତବିକ୍ଷତ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

By

Published : Jun 6, 2019, 11:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା.ବାଲେଶ୍ୱର

ବାଲେଶ୍ବର: ଶ୍ବଶୁର ଘରେ ତାଣ୍ଡବ ରଚିଛି ଜ୍ବାଇଁ । ଜଳେଶ୍ବର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶାଶୁ, ଶଳା, ଶ୍ବଶୁରଙ୍କୁ ମରାଣାନ୍ତକ ଆକ୍ରମଣ କରିଛି ଜ୍ବାଇଁ । ଜ୍ବାଇଁର ଦୌରାତ୍ମ୍ୟରୁ ବର୍ତ୍ତି ପାରି ନାହିଁ ପୋଲିସ । ଗ୍ରାମବାସୀଙ୍କ ସହାୟତାରେ ଜ୍ବାଇଁକୁ କାବୁ କରି ଥାନାକୁ ପଠାଯାଇଛି । ଜ୍ବାଇଁର ଆକ୍ରମଣରେ କ୍ଷତବିକ୍ଷତ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା.ବାଲେଶ୍ୱର


ଘଟଣାଟି ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ଖାଲିନା ଗ୍ରାମରେ ଜନୈକ ଯୁବକ ନିଜ ଶଶୁର ଘରେ ଉନ୍ମତ୍ତ କାଣ୍ଡ ଭିଆଇଛି । ଶାଶୁ,ଶଶୁର ଓ ଶଳା ସମେତ ଛଅ ଜଣକୁ ଧାରୁଆ ଅସ୍ତ୍ରରେ ହାଣିଥିବା ବେଳେ ଶ୍ବଶୁର ଅବସ୍ଥା ଗୁରୁତର ରହିଛି । ଅନ୍ୟପକ୍ଷରେ ଉନ୍ମତ କାଣ୍ଡ ଭିଆଇ ଥିବା ଏହି ଯୁବକକୁ ଆୟତ୍ତ କରିବାକୁ ନାମ୍ପୋ ଫାଣ୍ଡି ପୁଲିସକୁ ନାକେଦମ ହେବାକୁ ପଡିଥିଲା ।

ଗ୍ରାମବାସୀଙ୍କ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଖାଲିନା ଗ୍ରାମର ନିଳାମ୍ବର ପାଣିଗ୍ରାହୀଙ୍କ ଘରକୁ ଆଜି ସକାଳେ ତାଙ୍କ ଜ୍ବାଇଁ ଆରୁହାବୃତ୍ତି ଗ୍ରାମର ରଞ୍ଜନ ପଣ୍ଡା(୨୮) ଆସିଥିଲେ । ଶ୍ବଶୁର ଘରେ ପତ୍ନୀ କାହିଁକି ରହିଛି କହି ଉଗ୍ର ରୂପ ଧାରଣ କରିଥିଲେ ଜ୍ବାଇଁ । ଏହା ପରେ ଘରୁ ଧରି ଆସିଥିବା ଏକ ପନିକି ଓ କଟା ଦେଖାଇ ଧମକ ଦେଇଥିଲା । ଆଉ ଶେଷରେ ଏଥିପାଇଁ ତାଙ୍କ ଶାଶୁ ଜୟନ୍ତୀକୁ ଦାୟୀ କରି ତାଙ୍କ ତଣ୍ଟିରେ ଧାରୁଆ ଅସ୍ତ୍ର ଲଗାଇ ଧମକ ଦେଇଥିଲା । ରକ୍ତମୁଖା ସିଜିଥିବା ଜ୍ବାଇଁ ରଞ୍ଜନକୁ ରୋକିବାକୁ ଯିବାରୁ ଶଳା ସିପୁନ(୧୫), ଶାଳି ସସ୍ମିତା, ଗ୍ରାମର ଜଗା ଦାସ(୨୬), ବିଶ୍ବଜିତ ଦାସ(୨୮)ଙ୍କୁ ହାଣିଥିଲା ।


ଏହି ଖବର ଗାଁସାରା ବ୍ୟାପିଯିବା ପରେ ଶତାଧିକ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଥିଲେ । ବେଶ କିଛି ସମୟ ଏହି ଘଟଣାକୁ ନେଇ ନେଇ ସେଠାରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ରକ୍ତମୁଖା ଜ୍ବାଇଁ ଠାରୁ ଶାଶୁ ଜୟନ୍ତୀଙ୍କ ସୁରକ୍ଷା ସହ ତାଙ୍କୁ ଉଦ୍ଧାର କରିବାକୁ କେହି ସାହସ କରିନଥିଲା । ଶେଷରେ ଗ୍ରାମବାସୀ ନାମ୍ପୋ ଫାଣ୍ଡି ପୁଲିସକୁ ଏନେଇ ଖବର ଦେବା ପରେ ଏଏସଆଇ ଭଗବାନ ଦାସ ସଦଳବେଳ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।


ଦୀର୍ଘସମୟ ପରେ ଶେଷରେ ଗ୍ରାମବାସୀଙ୍କ ସହାୟତାରେ ପୋଲିସ ରଞ୍ଜନ କୁ କାବୁ କରୁଥିବା ସମୟରେ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଛି । ଗୁରୁତରମାନେ ନାମ୍ପୋ ଓ ଜଳେଶ୍ବର ଜିକେ ଭଟ୍ଟର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଆକ୍ରମଣରେ ତେବେ ଶାଶୁ ଜୟନ୍ତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ରଞ୍ଜନକୁ ପୁଲିସ ଗିରଫ କରିଛି । ଶଶ୍ବର ନିଳାମ୍ବରଙ୍କ ଅଭିଯୋଗ ଆଧାରରେ ପୁଲିସ ୧୧୯ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details