ଓଡିଶା

odisha

ETV Bharat / state

ପାଣିପମ୍ପ ଘରୁ ସୋଲାର ପ୍ଲେଟ ଚୋରି

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଚେକାମରା ଗ୍ରାମରେ ଥିବା ପାଣି ପମ୍ପ ଘରେ ଲାଗିଥିବା 4ଟି ସୋଲାର ପ୍ଲେଟ୍ ଦୁର୍ବୃତ୍ତ ମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : May 30, 2019, 6:52 PM IST

ବାଲେଶ୍ବର: ଜିଲ୍ଲା ନୀଳଗିରି ଅଞ୍ଚଳର ଏକ ପାଣିପମ୍ପ ଘରେ ଲାଗିଥିବା ସୋଲାର ପ୍ଲେଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ନୀଳଗିରି ବ୍ଲକ ଅଧୀନ ଚେକାମରା ଗ୍ରାମରେ ଥିବା ପାଣି ପମ୍ପ ଘରେ ଲାଗିଥିବା 4ଟି ସୋଲାର ପ୍ଲେଟ୍ ଦୁର୍ବୃତ୍ତ ମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଆଜି ସକାଳେ ପମ୍ପ ଚଳାଇବା ପାଇଁ ଯିବା ବେଳେ ଚାରିଗୋଟି ପ୍ଲେଟ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ବିଳମ୍ବିତ ରାତିରେ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାକୁ ନେଇ ବରହମପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details