ଓଡିଶା

odisha

ETV Bharat / state

ନିଆଁ ଆଁରେ ଛାରଖାର ଦୋକାନ ଘର, ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି

ବାଲେଶ୍ବର ସୋରରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗି ଜଳିଗଲା ୭ଟି ଦୋକାନ ଘର । ଅଗ୍ନିକାଣ୍ତର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

By

Published : Aug 5, 2022, 12:48 PM IST

ଦୋକାନ ଘରେ ଲାଗିଲା ନିଆଁ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି
ଦୋକାନ ଘରେ ଲାଗିଲା ନିଆଁ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି

ବାଲେଶ୍ବର:ଦୋକାନ ଘରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗି ଜଳିଗଲା ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି । ଅଗ୍ନିକାଣ୍ତର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଦୋକାନ ଘରେ ଲାଗିଲା ନିଆଁ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି

ସୂଚନା ଅନୁସାରେ,ବାଲେଶ୍ବର ଜିଲ୍ଲା ସୋର ନିକଟରେ ଥିବା ସାତ ବଖରା ଦୋକାନ ଘରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଅଧିକ ଥିବାରୁ ଦୋକାନର ସମସ୍ତ ସାମଗ୍ରୀ ପୋଡି ପୋଉଁଶ ହୋଇଯାଇଛି । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ଯାଇଥିଲା । ୭ଟି ଦୋକାନ ମଧ୍ୟରୁ ୪ଟି ଦୋକାନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଚାରଟି ଦୋକାନର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଉଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଟ ସର୍କିଟ କି କେହି ଆକ୍ରୋଶ ମୂଳକ ଭାବରେରେ ନିଆଁ ଲଗାଇ ଥିବା ଅଭିଯୋଗ ହୋଇଛି।

ଇଟିଭି ଭାରତ,ବାଲେଶ୍ବର

ABOUT THE AUTHOR

...view details