ଓଡିଶା

odisha

ETV Bharat / state

ସରିଲାଣି ପରୀକ୍ଷା, ହେଲେ ବାହାରୁନି ଫଳ

ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ଶିବିର ରାଜ୍ୟର ପ୍ରତି କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ବାଲେଶ୍ଵର ଜିଲ୍ଲାର 10ଜଣ ଭାଗ ନେଇଥିଲେ । ଜାନୁଆରୀ ମାସରୁ ପରୀକ୍ଷା ସରିଥିଲେ ମଧ୍ୟ ଏଯାଏଁ ଫଳ ବାହାରିବାରେ ଅନିଶ୍ଚିତତା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Sep 9, 2019, 7:53 PM IST

ବାଲେଶ୍ବର: ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ଶିବିର ରାଜ୍ୟର ପ୍ରତି କଲେଜରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିବା ଶତାଧିକ ଛାତ୍ରୀଙ୍କୁ ରାଜ୍ୟସ୍ତରରେ ପୁରସ୍କାର ଦେବା ପାଇଁ ଏକ ପରୀକ୍ଷା କରାଯାଇଥିଲା।

ଯେଉଁଥିରେ ବାଲେଶ୍ଵର ଜିଲ୍ଲାର 10ଜଣ ଭାଗ ନେଇଥିଲେ । ଗତ ଜାନୁଆରୀରୁ ପରୀକ୍ଷା ସରିଥିଲେ ମଧ୍ୟ, ଏଯାଏଁ ଫଳ ବାହାରିବାରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ତେବେ ଏ ବିଷୟରେ ଅଧିକ ଜାଣିବାକୁ ଆମେ ପହଞ୍ଚିଥିଲୁ ଫକୀର ମୋହନ ଓ କୁନ୍ତଳା କୁମାରୀ ସାବତ କଲେଜରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details