ଓଡିଶା

odisha

ETV Bharat / state

ଓଡିଶା ଛାଡିଲା ବାତ୍ୟା, ବାହାନଗାରେ ରହିଲା ଚିହ୍ନ

ବାହାନଗା ବର୍ଜଦେଉଳି ଠାରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟସ । ଲ୍ୟାଣ୍ଡଫଲ ଯୋଗୁଁ ସମ୍ପୃକ୍ତ ସ୍ଥାନଟି ଏକ ପ୍ରକାର ଦବି ଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଦେଖନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟସ
ଦେଖନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟସ

By

Published : May 27, 2021, 9:44 AM IST

ବାଲେଶ୍ବର: ବୁଧବାର ଅପରାହ୍ନରେ ଓଡିଶା ଉପଳୂଳରେ ମାଡ ହୋଇଥିଲା ସାମୁଦ୍ରିକ ଝଡ ୟସ । ବାଲେଶ୍ବରର ବାହାନଗା ବର୍ଜଦେଉଳିଠାରେ ଏହା ଲ୍ୟାଣ୍ଡଫଲ କରିଥିଲା । ତେବେ ୟସ୍ ଯେଉଁଠି ଲ୍ୟାଣ୍ଡଫଲ କରିଥିଲା ସେହି ସ୍ଥାନକୁ ଦେଖିଲେ ୟସର ଭୟାବହତା ସ୍ପଷ୍ଟ ବାରି ହେଉଛି । ବର୍ଜଦେଉଳିର ସେହି ସ୍ଥାନଟି ଲ୍ୟାଣ୍ଡଫଲ ପରେ ପୁରାପୁରି ଖାଲୁଆ ହୋଇଯାଇଛି । ଉକ୍ତ ଅଞ୍ଚଳଟି ଏକପ୍ରକାର ଦବି ଯାଇଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟସ

ଭୟଙ୍କର ରୂପରେ ଓଡିଶା ଉପକୂଳକୁ ମାଡି ଆସିଥିଲା ୟସ । ଏହି ସମୟରେ ସର୍ବାଧିକ ୧୩୦-୧୪୦ କିମି ବେଗରେ ବହିଥିଲା ପବନ । ଯାହାର ପ୍ରଭାବରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ସ୍ଥାନରେ ପାଣି ମାଡି ଯାଇଥିବାବେଳେ ବହୁ ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗି ଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details