ବାଲେଶ୍ବର: ଓଡିଶାରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ବସ୍ତା ଏବଂ ବାଲିଆପାଳ ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସକାଳ 7ଟାରୁ ମତ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବସ୍ତା ବ୍ଲକର 31ଟି ପଞ୍ଚାୟତର 1 ଲକ୍ଷ 51 ହଜାର 225 ଜଣ ଭୋଟର ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି ।
Panchayat Poll: ବସ୍ତା ଓ ବାଲିଆପାଳରେ ମତଦାନ କଲେ ଏକ ଲକ୍ଷ ଭୋଟର
ବାଲେଶ୍ବର ଜିଲ୍ଲା ବସ୍ତା ଏବଂ ବାଲିଆପାଳ ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସକାଳ 7ଟାରୁ ମତ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବସ୍ତା ବ୍ଲକର 31ଟି ପଞ୍ଚାୟତର 1 ଲକ୍ଷ 51 ହଜାର 225 ଜଣ ଭୋଟର ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ
Panchayat Poll: ବସ୍ତା ଓ ବାଲିଆପାଳରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ
ବ୍ଲକରେ 4ଟି ଜିଲ୍ଲା ପରିଷଦ ଜୋନରେ 16 ଜଣ ଜିଲ୍ଲା ପରିଷଦ,101 ଜଣ ସରପଞ୍ଚ, 86 ଜଣ ସମିତି ସଭ୍ୟ ଏବଂ 1 ହଜାର 9 ଜଣ ୱାର୍ଡ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । 460ଟି ୱାର୍ଡ ପାଇଁ 460ଟି ବୁଥ ହୋଇଥିବା ବେଳେ ସେଥି ମଧ୍ୟରୁ 55ଟି ଉତ୍ତେଜନାପ୍ରବଣ ବୁଥ ରହିଛି । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ 6ଟି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତେକ ବୁଥରେ ପୋଲିସ ମୁତୟନ କରାଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ