ଓଡିଶା

odisha

ETV Bharat / state

ସରପଞ୍ଚଙ୍କୁ ବିଡ଼ିଓଙ୍କ ଅପମାନିତ ମନ୍ତବ୍ୟ ବିରୋଧରେ ଧାରଣା - ବାଲେଶ୍ବରରେ ସରପଞ୍ଚଙ୍କ ଧାରଣା

ବାଲେଶ୍ଵର ଜିଲ୍ଲା ସଦର ବ୍ଲକରେ ସମିତି ବୈଠକ ଚାଲିଥିବା ବେଳେ ଜଣେ ସରପଞ୍ଚଙ୍କୁ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସରପଞ୍ଚ ଅପମାନିତ ହୋଇ ବିଡ଼ିଓଙ୍କ ବିରୋଧରେ ନାରା ଦେଇ ସମର୍ଥକ ଓ ଜନପ୍ରତିନିଧିଙ୍କ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ

Sarapanch protest in front of block office
Sarapanch protest in front of block office

By

Published : Feb 21, 2023, 10:24 PM IST

Sarapanch protest in front of block office

ବାଲେଶ୍ବର:ବିଡିଓଙ୍କ ଅପମାନିତ ମନ୍ତବ୍ୟକୁ ନେଇ ସରପଞ୍ଚଙ୍କ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା । ବାଲେଶ୍ବର ଜିଲ୍ଲା ସଦର ବ୍ଲକରେ ସମିତି ବୈଠକ ଚାଲିଥିବା ବେଳେ ଜଣେ ସରପଞ୍ଚଙ୍କୁ ବିଡିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ସରପଞ୍ଚ ଅପମାନିତ ହୋଇ ଶେଷରେ ବିଡିଓଙ୍କ ବିରୋଧରେ ନାରା ଦେଇ ସମର୍ଥକ ଓ ଜନପ୍ରତିନିଧିଙ୍କ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରଣସାହି ପଞ୍ଚାୟତରେ କେଉଁ ହିତାଧିକାରୀଙ୍କ ଆବେଦନ ପତ୍ର ବାତିଲ ହୋଇଛି ଓ କେଉଁ କାରଣରୁ ତାହା ବାତିଲ ହୋଇଛି ବୋଲି ସେ ନେଇ ସରପଞ୍ଚ ସୂର୍ଯ୍ୟକାନ୍ତ ବେହେରା ବିଡିଓ ନରେନ୍ଦ୍ର ଖମାରିଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବିଡ଼ିଓ ଖମାରି ହଠାତ ରାଗିଯିବା ସହ ସରପଞ୍ଚ ବେହେରାଙ୍କୁ ମନ ଇଚ୍ଛା କଥାବାର୍ତ୍ତା କରିବା ସହ ଅପମାନିତ କରିଥିଲେ ।

ତେବେ ଏଥିରେ ସରପଞ୍ଚ ସୂର୍ଯ୍ୟକାନ୍ତ ନିଜକୁ ଅପମାନିତ ଅନୁଭବ କରି ବୈଠକ ସ୍ଥଳରେ ବିଡ଼ିଓଙ୍କ ସହ ଅଧିକ ଯୁକ୍ତିତର୍କ ନ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସରପଞ୍ଚ ଧାରଣାରେ ବସିବା ଦେଖି ରଣସାହି ପଞ୍ଚାୟତର ସମିତିସଭ୍ୟ କରୁଣାକର ବେହେରା, ନାଏବ ସରପଞ୍ଚ ରଞ୍ଜୁଲତା ଜେନା, ୱାର୍ଡସଭ୍ୟ ଭାସ୍କର ମଲ୍ଲିକ, କୃଷ୍ଣ ନାରାୟଣ ବିଶ୍ୱାଳ, ବିଜୟ ଜେନା, ଗୀତାଞ୍ଜଳି ମଲ୍ଲିକ, ସତ୍ୟଭାମା ବେହେରା ପ୍ରମୁଖ ସରପଞ୍ଚଙ୍କୁ ସମର୍ଥନ ଜଣାଇ ବିଡ଼ିଓ ଖମାରୀଙ୍କ ବିରୋଧରେ ଧାରଣା ଦେଇଥିଲେ । ଏ ସମ୍ପର୍କରେ ଖବର ପାଇ ସଦର ବିଧାୟକ ସ୍ୱରୂପ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଉଭୟ ବିଧାୟକ ବିଡ଼ିଓ ବିରୁଧରେ ଧାରଣାରେ ବସିଥିବା ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ।

ଏହା ମଧ୍ୟ ପଢନ୍ତୁ - Naba Das Murder: ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି କରାନଯାଉ: ଦୀପାଳି

ଏଥିସହ ବିଡ଼ିଓ ଖମାରି କେଉଁ ଆବେଦନକାରୀଙ୍କ ନାମ କଟା ଯାଇଛି ଓ କାହିଁକି କଟିଛି ସେ ସମ୍ପର୍କରେ ଏକ ତାଲିକା ବିଧାୟକଙ୍କୁ ଦେଇଥିଲେ। ଉକ୍ତ ତାଲିକା ବିଧାୟକ ଦୁଇଜଣ ସରପଞ୍ଚଙ୍କୁ ନେଇ ଦେଖାଇଥିଲେ । ସରପଞ୍ଚ ତାଲିକା ଦେଖିବା ପରେ ପୂର୍ବରୁ କାହିଁକି ବିଡ଼ିଓ ଖମାରି ଏହି ତାଲିକା ଦେଖାଉ ନଥିଲେ ବୋଲି ପ୍ରଶ୍ନ କରିଥିଲେ । ଏହି ତାଲିକା ପୂର୍ବରୁ ଦେଖାଇଥିଲେ ହୁଏତ ଧାରଣାରେ କେହି ବସି ନଥାନ୍ତେ ବୋଲି କହିଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏମିତି ଅବହେଳା ଓ ଅପମାନିତ କରିବା ଜଣେ ବିଡ଼ିଓଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସରପଞ୍ଚ ଆକ୍ଷେପ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details