ଓଡିଶା

odisha

ETV Bharat / state

ପବିତ୍ର ଶାମ୍ବଦଶମୀ: ଘରେ ଘରେ ଚାଲିଛି ସୂର୍ଯ୍ୟ ପୂଜା

ଆଜି ପବିତ୍ର ଶମ୍ବଦଶମୀରେ ବାଲେଶ୍ଵର ଜିଲ୍ଲାର ଗାଁ ଗହଳିରେ ଘରେ ଘରେ ଦେଖିବାକୁ ମିଳିଛି ସୂର୍ଯ୍ୟପୂଜା। ମିଠା, ପିଠା ସାଙ୍ଗକୁ ଖିରି ଓ ବିଭିନ୍ନ ପରିବାରେ ତିଆରି ଆମ୍ବିଳ ମଧ୍ୟ ଅର୍ପଣ କରାଯାଇଛି। ଅଧିକ ପଢନ୍ତୁ...

ଶାମ୍ବଦଶମୀରେ ମନେ ପଡେ ପୁରାତନ ପରମ୍ପରା, ଘରେ ଘରେ ସୂର୍ଯ୍ୟ ପୂଜା
ଶାମ୍ବଦଶମୀରେ ମନେ ପଡେ ପୁରାତନ ପରମ୍ପରା, ଘରେ ଘରେ ସୂର୍ଯ୍ୟ ପୂଜା

By

Published : Jan 23, 2021, 3:09 PM IST

ବାଲେଶ୍ବର: ଓଡ଼ିଶାର ପର୍ବପର୍ବାଣି ତାର ପୁରାତନ ସଂସ୍କୃତି ଓ ପରମ୍ପରାକୁ ବହନ କରିଥାଏ । ସେହିପରି ଶାମ୍ବଦଶମୀ ମଧ୍ୟ ମନେ ପକାଇଥାଏ ଆମର ସଂସ୍କୃତି ଓ ପରମ୍ପରା କଥା।

ଶାମ୍ବଦଶମୀରେ ମନେ ପଡେ ପୁରାତନ ପରମ୍ପରା, ଘରେ ଘରେ ସୂର୍ଯ୍ୟ ପୂଜା

ଆଜି ପବିତ୍ର ଶାମ୍ବଦଶମୀରେ ବାଲେଶ୍ଵର ଜିଲ୍ଲାର ଗାଁ ଗହଳିରେ ଘରେ ଘରେ ଦେଖିବାକୁ ମିଳିଛି ସୂର୍ଯ୍ୟପୂଜା । ଏହା ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିର ମହକ ମହକି ଉଠିଛି । ରୀତିନୀତି ଅନୁସାରେ ପିଲାଙ୍କ ମଙ୍ଗଳ ମନାସି ସୂର୍ଯ୍ୟଙ୍କୁ ପୂଜା କରାଯିବା ସହ ଅର୍ପଣ କରାଯାଇଛି ନାନାଦି ବ୍ୟଞ୍ଜନ। ମିଠା, ପିଠା ସାଙ୍ଗକୁ ଖିରି ଓ ବିଭିନ୍ନ ପରିବାରେ ତିଆରି ଆମ୍ବିଳ ମଧ୍ୟ ଅର୍ପଣ କରାଯାଇଛି । ପିଲାଙ୍କୁ କାଖରେ ମା ମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details