ଓଡିଶା

odisha

ETV Bharat / state

ପୋଡାଶୁଳ ଗାଁର ଦୁଃଖ: ଭଲ ସଡକଟିଏ ସାତ ସପନ - problem

ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ପୋଡାଶୁଳ ଗାଁ ପାଇଁ ଭଲ ସଡକଟିଏ ସାତ ସପନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 15, 2019, 3:29 PM IST

Updated : Jul 15, 2019, 4:10 PM IST

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ ଅଫିସ ଠାରୁ ମାତ୍ର କୋଶେ ଦୂରରେ ରହିଛି ପୋଡାଶୁଳ ଗାଁ । ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ଏଠାରେ ଗମନାଗମନର ସୁବ୍ୟବସ୍ଥା ନାହିଁ । ଯାହାଫଳରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୁତାବକ, ଜଡିଦା ପଞ୍ଚାୟତ ଅଧିନ ପୋଡ଼ାଶୁଳ ଠାରୁ ଡେଙ୍ଗାସାହି ରାସ୍ତା ଏବେ ଦୟନୀୟ ଅବସ୍ଥାରେ ରହିଛି । ଚନ୍ଦ୍ରପୁର, ଜାମୁଡିହା ପଞ୍ଚାୟତର ବରିପାଳ, ଉପର ବରିପାଳ, ଡାହିସାହି, ମାଲ୍ୟାଣି ଆଦି ଗାଁର ଶତାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଉକ୍ତ ଅଞ୍ଚଳରେ ଏକ ତୃତୀୟାଂଶ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାବେଳେ ଭଲ ରାସ୍ତାଟିଏ ସେମାନଙ୍କ ପାଇଁ ସାତସପନ ପାଲଟିଥିବା ମନେ ହେଉଛି ।

ଅସରାଏ ବର୍ଷା ହେଲେ ସାଇକେଲ କି ଗାଡି ନୁହେଁ ବରଂ ଚାଲିଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡେ । ଦୈନନ୍ଦିନ ସ୍କୁଲ, କଲେଜ, ଅଫିସ ତଥା ସହର ବଜାରକୁ ଯିବାଆସିବା ପାଇଁ ନିର୍ଭର କରୁଥିବା ଏହି ରାସ୍ତା ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ବିଶେଷ କରି ରୋଗୀମାନଙ୍କୁ ମେଡିକାଲ ନେବାପାଇଁ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯିବାଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଫଳ ଏବେବି ଶୂନ । ଏପଟେ ନୀଳଗିରି ବିଡ଼ିଓଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଯୋଗାଯୋଗ କରିବା ପରେ ସେ ଯଥାସମ୍ଭବ ଏଥିପ୍ରତି ଦୃଷ୍ଟି ଦେବା କଥା କହିଛନ୍ତି । ତେବେ ଏମିତି ଗାଁ ଆଜି ବି ସରକାରୀ ବାବୁଙ୍କ ଦୃଷ୍ଟି ଆଢୁଆଳରେ ରହିବା ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 15, 2019, 4:10 PM IST

ABOUT THE AUTHOR

...view details