ଓଡିଶା

odisha

ETV Bharat / state

ପୋଲିସ ଦକ୍ଷତାକୁ ନେଇ ପ୍ରଶ୍ନ: ଚୋରକୁ ଧରିବା ଦାବିରେ ରାସ୍ତାରୋକ

ବାଲେଶ୍ବର ଜିଲ୍ଲା ପରିଖିରେ ରାସ୍ତାରୋକ । ବୋଲେରୋ ଗାଡି ଚୋରି ନେଇ ପୋଲିସ ଚୋରକୁ ଧରିବାରେ ବିଫଳ ହୋଇଥିବାରୁ ଲୋକମାନେ ରାସ୍ତାରୋକ କରିଥିବା ଜଣାପଡିଛି ।

By

Published : Aug 22, 2019, 11:28 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ପରିଖିରେ ରାସ୍ତାରୋକ । ପୋଲିସର ସ୍ଥାଣୁତା ଅଭିଯୋଗରେ ରାସ୍ତାରୋକ କରାଯାଇଥିବା ଅଭିଯୋଗ ହୋଇଛି । କସାଫଳ ଥାନା ପରିଖି ଛକରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଗତ ସୋମବାର ଦିନ ସ୍ଥାନୀୟ ରହମତ ଅଲ୍ଲୀଙ୍କ ବୋଲେରୋ ଗାଡି ଚୋରି ହୋଇଥିଲା । ଏହାକୁ ନେଇ ସେ କସାଫଳ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଚୋରକୁ ଧରିବାରେ ବିଫଳ ହୋଇଥିବାରୁ ଲୋକମାନେ ରାସ୍ତାରୋକ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details