ଓଡିଶା

odisha

ETV Bharat / state

ଟ୍ରେନରେ କଟି ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ମୃତ

ବାଲେଶ୍ବର ରେଳଲାଇନ ଅତିକ୍ରମ କରୁଥିବା ବେଳେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ସହରର ନେଲିଆବାଗ ଅଞ୍ଚଳର ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ଗଦାଧର ଦୀକ୍ଷିତ ବୋଲି ଜଣାପଡିଛି।

By

Published : Aug 8, 2019, 4:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରେଳ ଷ୍ଟେସନରେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସହରର ନେଲିଆବାଗ ଅଞ୍ଚଳର ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ଗଦାଧର ଦୀକ୍ଷିତ ଆଜି ସକାଳେ ବାଲେଶ୍ବରରୁ ବାସୁଦେବପୁର ଅଭିମୁଖେ ବାହାରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ତେବେ ରେଳଲାଇନ ଅତିକ୍ରମ କରୁଥିବା ବେଳେ ଗଦାଧରଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଟ୍ରେନ ଲାଇନ ଉପରେ ହିଁ ଗଦାଧରଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details