ଓଡିଶା

odisha

ETV Bharat / state

ଭାଇଚାରାକୁ ବଜାୟ ରଖିଛି ବାଲେଶ୍ବରର ରାମନବମୀ - RALLY

ଆଜି ପବିତ୍ର ଶ୍ରୀରାମ ନବମୀ ସହରର ସବୁ ଗଳିକନ୍ଦିରେ ଶୁଭିଲା ରାମଧ୍ୱନି। ଶ୍ରଦ୍ଧାଳୁଙ୍କ ରାମ ରାମ ଡାକରେ କମ୍ପି ଉଠିଲା ସହର। ପୁରା ବାଲେଶ୍ୱର ସହର ଶ୍ରୀରାମମୟ ହୋଇ ଉଠିଥିଲା। ବେଦ ପାଠ ଠାରୁ ଆରମ୍ଭ କରି ଆଦିବାସୀ ନୃତ୍ୟ ପର୍ଯ୍ୟନ୍ତ ସବୁକିଛି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

By

Published : Apr 13, 2019, 10:37 PM IST

ବାଲେଶ୍ୱର : ଆଜି ପବିତ୍ର ଶ୍ରୀରାମ ନବମୀ ସହରର ସବୁ ଗଳିକନ୍ଦିରେ ଶୁଭିଲା ରାମଧ୍ୱନି। ଶ୍ରଦ୍ଧାଳୁଙ୍କ ରାମ ରାମ ଡାକରେ କମ୍ପି ଉଠିଲା ସହର। ପୁରା ବାଲେଶ୍ୱର ସହର ଶ୍ରୀରାମମୟ ହୋଇ ଉଠିଥିଲା। ଆଜି ପବିତ୍ର ଶ୍ରୀ ରାମନବମୀ ପାଳନ ଅବସରରେ ବାଲେଶ୍ୱର ଶ୍ରୀରାମ ଚେତନା ସଙ୍ଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏମିତି କିଛି ଦେଖିବାକୁ ମିଳିଥିଲା।


ସହରର ପରମିଟ ପଡିଆ ଠାରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଶୁକ୍ରବାର ଆରମ୍ଭ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ରାମସେନାମାନେ ପରମିଟ ପଡ଼ିଆରୁ ଶୋଭାଯାତ୍ରାରେ ବାହରିଥିଲେ। ସାଂସଦ ରବୀନ୍ଦ୍ର ଜେନା ଓ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଶ୍ରୀରାମଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ପଦଯାତ୍ରା କରି ଶ୍ରଦ୍ଧାଳୁମାନେ ସହର ପରିକ୍ରମା କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ବେଦ ପାଠ ଠାରୁ ଆରମ୍ଭ କରି ଆଦିବାସୀ ନୃତ୍ୟ ପର୍ଯ୍ୟନ୍ତ ସବୁକିଛି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ପରମିଟ ପଡ଼ିଆରୁ ବାହାରି ଟାଉନ ଥାନା ଛକରୁ ଗୋପାଳଗାଁ ହୋଇ ଫାଣ୍ଡିଛକ ଓ ଷ୍ଟେସନ ଛକ ଦେଇ ଶୋଭାଯାତ୍ରା ପୁଣି ପରମିଟ ପଡିଆରେ ପହଞ୍ଚିଥିଲା। ବିଭିନ୍ନ ଛକ ପାଖରୁ ଏହି ଶୋଭାଯାତ୍ରାରେ ଅନ୍ୟ ରାମସେନାମାନେ ସାମିଲ ହୋଇଥିଲେ।ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହି ପଦଯାତ୍ରାରେ ଜାତିଭେଦ ନଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ଯୋଗୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details