ବାଲେଶ୍ଵର:ନୀଳଗିରିରେ ରଥଯାତ୍ରା ବନ୍ଦ ଉପରେ ପୁନଃବିଚାର କରିବା ପାଇଁ ସରକାରଙ୍କ ଠାରେ ନିବେଦନ କରାଯାଇଛି । ଏନେଇ ନୀଳଗିରି ମହାରାଣୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ଭେଟି ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କୁ ରଥଯାତ୍ରା ପାଇଁ ଅନୁମତି ଲୋଡିଛନ୍ତି।
ରଥଯାତ୍ରା ନେଇ ପୁନଃବିଚାର ଦାବି କଲେ ନୀଳଗିରି ରାଣୀ - ରଥଯାତ୍ରା
ନୀଳଗିରିରେ ରଥଯାତ୍ରା ବନ୍ଦ ଉପରେ ପୁନଃବିଚାର କରିବା ପାଇଁ ସରକାରଙ୍କ ଠାରେ ନିବେଦନ କରାଯାଇଛି । ଅଧିକ ପଢନ୍ତୁ...
ରଥଯାତ୍ରା ପୁନଃବିଚାର ଦାବି କଲେ ନୀଳଗିରି ରାଣୀ
ନୀଳଗିରି ତଥା ରାଜ୍ୟର ପ୍ରମୁଖ ଜଗନ୍ନାଥ ପୀଠରେ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ପାଇଁ ଅନୁମତି ମାଗିଛନ୍ତି ରାଣୀ । ନୀଳଗିରିରେ 144 ଧାରା ଲାଗୁ କରି ରଥଯାତ୍ରା ଅନୁଷ୍ଠିତ ହେଲେ ଜଗନ୍ନାଥ ପ୍ରେମୀମାନେ ଖୁସି ହେବେ ବୋଲି ରାଣୀ ମତବ୍ୟକ୍ତ କରିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ