ଓଡିଶା

odisha

ETV Bharat / state

ଶିକ୍ଷକଙ୍କ ନାଁରେ ମିଥ୍ୟା ଅଭିଯୋଗ ପ୍ରତିବାଦରେ ଡିଇଓ ଅଫିସ ଘେରିଲା ପିଟିଏ

ଶିକ୍ଷକଙ୍କ ନାଁରେ ଅଭିଭାବକ ଆଣିଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପିଟିଏ କମିଟି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ।

By

Published : Jul 5, 2019, 5:07 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଶିକ୍ଷକଙ୍କ ନାଁରେ ମିଥ୍ୟା ଅସଦାଚରଣ ଅଭିଯୋଗ । ଶିକ୍ଷକଙ୍କ ନାଁରେ ଅଭିଭାବକ ଆଣିଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପିଟିଏ କମିଟି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଜନାର୍ଦ୍ଧନ ହାଇସ୍କୁଲର 2ଜଣ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ କରିଥିଲେ ଅଭିଭାବକ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଅସଦାଚରଣ ଅଭିଯୋଗ ଆସିଥିବା ଉକ୍ତ ଶିକ୍ଷକ ଦୁଇଜଣ ହେଲେ ଜନାର୍ଦ୍ଦନ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର ଓ ଖେଳ ଶିକ୍ଷକ ପ୍ରଭାସ ରଞ୍ଜନ ସାମଲ । ଗତ ମାଟ୍ରିକ ପରୀକ୍ଷାରେ ସେଣ୍ଟର ହୋଇଥିବା ସ୍ଥାନରେ ଛାତ୍ରୀମାନଙ୍କୁ ସମ୍ପୃକ୍ତ 2 ଶିକ୍ଷକ ଅସଦାଚରଣ କରିଥିବା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି କିଛି ଅଭିଭାବକ ତାଙ୍କର ବଦଳି ଦାବି କରିଥିଲେ। । ମାତ୍ର ପିଟିଏ କମିଟି ଏହି ଅଭିଯୋଗକୁ ଭିତ୍ତିହୀନ କହି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଜଣାଇଛନ୍ତି ।

କିଛି ଅଭିଭାବକ ଶିକ୍ଷକଙ୍କ ବିରୋଧରେ ଆଣିଥିବା ଏମିତି ଅଭିଯୋଗ ଭିତ୍ତିହୀନ ବୋଲି ପିଟିଏ କମିଟି କହିଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ସହ ଶିକ୍ଷକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଥିବା ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details