ବାଲେଶ୍ୱର:ଜିଲ୍ଲା କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଯେଉଁଥିରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ଶେଷରେ ଶୁକ୍ରବାର କମ୍ପାନୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାଇସ ମିଲ ବର୍ଜ୍ୟବସ୍ତୁରୁ ବିଗୁଡୁଛି ସ୍ୱାସ୍ଥ୍ୟ ! ବିକ୍ଷୋଭ କଲେ ଅଞ୍ଚଳବାସୀ - ରାଇସ ମିଲ ଆଗରେ ବିକ୍ଷୋଭ
ବାଲେଶ୍ୱର କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅତିଷ୍ଠ ହୋଇ କମ୍ପାନୀ ଆଗରେ ବିକ୍ଷୋଭ କଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ...
ରାଇସ ମିଲ ବର୍ଜ୍ୟବସ୍ତୁରୁ ବିଗୁଡୁଛି ସ୍ୱାସ୍ଥ୍ୟ ! ବିକ୍ଷୋଭ କଲେ ଅଞ୍ଚଳବାସୀ
ଗତ 10 ବର୍ଷ ଧରି ରାଇସ ମିଲରୁ ବାହାରୁଥିବା ଅପରିଷ୍କାର ପାଣି, ପାଉଁଶ, ଧୂଳିଧୂଆଁରେ ସ୍ଥାନୀୟ ଲୋକେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏମିତିକି ବହୁ ଲୋକେ ବିଭିନ୍ନ ରୋଗରେ ଶିକାର ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏନେଇ ଅଞ୍ଚଳବାସୀ ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ହୋଇନି । ଫଳରେ ବାଧ୍ୟ ହୋଇ ଅଞ୍ଚଳବାସୀ ରାଇସ ମିଲ ଆଗରେ ବିକ୍ଷୋଭ କରିବା ସହ ରାଇସ ମିଲ ବନ୍ଦ କରିବାକୁ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ