ଓଡିଶା

odisha

ETV Bharat / state

ଜେଲରେ ସାବିତ୍ରୀ ବ୍ରତ, ସ୍ବାମୀଙ୍କ ଦୀର୍ଘାୟୁ ମନାସିଲେ ଅନ୍ତେବାସୀ

ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅନ୍ତେବାସୀ । ବାଲେଶ୍ବର କାରଗାରରେ ରହିଥିବା ସାବିତ୍ରୀମାନେ ସେମାନଙ୍କ ସତ୍ୟବାନଙ୍କ ଦୀର୍ଘାୟୁ ମନାସି ସମସ୍ତ ପୂଜା ବିଧି ସହ ବ୍ରତ କରିଛନ୍ତି ।

By

Published : Jun 3, 2019, 3:30 PM IST

Updated : Jun 3, 2019, 4:05 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର


ବାଲେଶ୍ୱର: ଜେଲର ଚାରି କାନ୍ଥ ଭିତରେ ରହି ବି ପରମ୍ପରା ଭୁଲିନାହାଁନ୍ତି ଏମାନେ । ନିଜ ସତ୍ୟବାନଙ୍କ ଶୁଭ ମନାସୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ବାଲେଶ୍ବର କାରାଗାରରେ ରହିଥିବା ସାବିତ୍ରୀମାନେ। ଏଥିପାଇଁ ଜେଲ ଅଧିକାରୀ ବି ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର


ଅନ୍ତେବାସିନୀମାନେ ପାଖରେ ଥିବା ମନ୍ଦିରକୁ ଯାଇ ସାବିତ୍ରୀ ପୂଜା କରିଛନ୍ତି । ଏଥିପାଇଁ ଜେଲ ଅଧିକାରୀ ସେମାନଙ୍କୁ ଶାଢ଼ୀ, ଚୁଡି ସହିତ ସମସ୍ତ ପୂଜା ସାମଗ୍ରୀ ଦେଇଛନ୍ତି । ସ୍ବାମୀଙ୍କ ଠାରୁ ଦୂରରେ ରହି ବି ସେମାନଙ୍କ ମଙ୍ଗଳ କାମନା କରିଛନ୍ତି । ଏଥିସହ ଆଜିର ଦିନରେ ବାହାରକୁ ଯାଇ ବାହ୍ୟ ସମାଜର ବାତାବରଣକୁ ଏମାନେ ଅନୁଭବ କରି ଭାବପ୍ରବଣ ହୋଇପଡିଛନ୍ତି ।

ଏପରି ସୁଯୋଗ ଓ ସାହାଯ୍ୟ ଅନ୍ତେବାସୀ ମାନସିକତାରେ ପରିବର୍ତ୍ତନ କରିବାକୁ ସାହାଯ୍ୟ କରିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୁଳମଣି ବେହେରା କହିଛନ୍ତି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 3, 2019, 4:05 PM IST

For All Latest Updates

ABOUT THE AUTHOR

...view details