ବାଲେଶ୍ବର: ଆସନ୍ତା 28 ତାରିଖରେ ଓଡିଶା ଆସୁଛନ୍ତି ଅମିତ ଶାହା । ଗସ୍ତ ସମୟରେ ଭୁବନେଶ୍ବରରେ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଶାହାଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଜି ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ତରୀୟ ନେତାମାନେ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।
ନାଗରିକ ସଂଶୋଧନ ଆଇନକୁ ନେଇ ତେଜି ଉଠୁଥିବା ବିବାଦ ଉପରେ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଠାରେ ଏକ ବିଶାଳ ଜନସଭାର ଆୟୋଜନ କରାଯାଇଛି। ସେଠାରେ ଲକ୍ଷାଧିକ ସଂଖ୍ୟକ ଜନତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।