ଓଡିଶା

odisha

ETV Bharat / state

ବାଡ଼ିଖେଳରେ ରାଜନୈତିକ ବିବାଦ!

ବାଲେଶ୍ବରରେ ଲୋକମାନେ ବାଡ଼ି ଖେଳର ମଜା ନେଉଥିବା ବେଳେ ହଠାତ ଏମିତି କିଛି ହୋଇଥିଲା ଯାହା କିଛି ସମୟ ପାଇଁ ଉତ୍ତେଜନା ପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Oct 9, 2019, 2:48 AM IST

ବାଲେଶ୍ଵର: ସିନେମା ଛକରେ ଆୟୋଜିତ ବାଡ଼ି ଖେଳରେ ରାଜନୈତିକ ବିବାଦ ହୋଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ବାଡ଼ି ଖେଳର ମଜା ନେଉଥିବା ବେଳେ ହଠାତ ଏମିତି କିଛି ହୋଇଥିଲା ଯାହା କିଛି ସମୟ ପାଇଁ ଉତ୍ତେଜନା ପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଡ଼ି ଖେଳରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇଥିବା ବେଳେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ । ଗୋଟିଏ ମଞ୍ଚରେ ଦୁଇଜଣ ଅତିଥି ଭାବେ ବିରାଜମାନ ହୋଇଥିବା ବେଳେ ବିଜେପିର କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଡାକିଥିଲେ । ମାତ୍ର ଉପଯୁକ୍ତ ସୁଯୋଗ ସୃଷ୍ଟି ନହେବାରୁ ମନ୍ତ୍ରୀ ବାଡ଼ି ଖେଳି ପାରିନଥିଲେ ।
ଏହାରି ଭିତରେ ଏକ ଆଖଡା ଦଳ ଖେଳ ପ୍ରଦର୍ଶନ ପାଇଁ ପହଞ୍ଚିଥିଲା । ଆଖଡା ଦଳର ସର୍ଦ୍ଦାର ବାଡ଼ି ଖେଳିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଆମନ୍ତ୍ରଣ କରିଥିଲେ । ରବୀନ୍ଦ୍ର ଜେନା ବାଡ଼ି ଧରି ନିଜ ଖେଳ ପ୍ରଦର୍ଶନ କରିଥିଲେ । ଏହାପରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଆମନ୍ତ୍ରଣ କରିଥିଲେ । ମାତ୍ର ଆଖଡା ଦଳର ସର୍ଦ୍ଦାର ତଥା ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଦେଖା ଦେଇଥିଲା ବିବାଦ ।

ବେଶ କିଛି ସମୟ ଠେଲାପେଲା ଚାଲିବା ଯୋଗୁଁ ମନ୍ତ୍ରୀ ଆଉ ବାଡ଼ି ନଖେଳି ନିଜ ସ୍ଥାନରେ ଆସି ବସିଥିଲେ । ମାତ୍ର ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିବାରୁ ଏହା ରାଜନୈତିକ ବିବାଦ ଆଡକୁ ଠେଲି ହୋଇଯାଇଥିଲା । ବେଶ କିଛି ସମୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ସମ୍ପୃକ୍ତ ସର୍ଦ୍ଦାରଙ୍କ କହିବା ଅନୁସାରେ, କେନ୍ଦ୍ରମନ୍ତ୍ରୀ ବାଲେଶ୍ଵର ବିକାଶ ଦିଗରେ ଯତ୍ନବାନ ନୁହଁନ୍ତି । ମନ୍ତ୍ରୀ ହେବାର ଦୀର୍ଘଦିନ ପରେ ମଧ୍ୟ ବାଲେଶ୍ଵର ପାଇଁ ସେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେଇଥିପାଇଁ ମନ୍ତ୍ରୀଙ୍କୁ ବାଡ଼ି ଖେଳିବା ପାଇଁ ଦିଆଗଲା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହାକୁ ଅଯଥା ରାଜନୀତି ରଙ୍ଗ ଦିଆଯାଉଥିବା କଥା କହିଛନ୍ତି ମନ୍ତ୍ରୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details