ଓଡିଶା

odisha

ETV Bharat / state

ନିୟମ କାହା ପାଇଁ ? ପୋଲିସ ଗାଡିରୁ ବାହାରୁଛି ଚିମିନି ଭଳି ଧୂଆଁ

ରାସ୍ତାରେ ଚିମିନି ଭଳି ଧୂଆଁ ଛାଡି ଆଗକୁ ଗଡି ଚାଲିଛି ଗାଡି । କୌଣସି ସାଧାରଣ ଲୋକଙ୍କ ଗାଡି ନୁହେଁ ପୋଲିସ ଗାଡିରୁ ବାହାରୁଛି ଏଭଳି ଧୂଆଁ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 27, 2019, 8:55 PM IST

Updated : Sep 27, 2019, 9:07 PM IST

ବାଲେଶ୍ବର: ନୂଆ ମୋଟର ଯାନ ଆଇନ । ଯାହାକୁ ନେଇ ସଭିଁଙ୍କ ମନରେ ଏକ ପ୍ରକାର କୋକୁଆ ଭୟ । ଅବଶ୍ୟ ରାଜ୍ୟରେ କୋହଳ କରାଯାଇଛି ଏହି ନୂଆ ନିୟମ ।ତଥାପି ଲୋକଙ୍କୁ ସଚେତନ କରୁଛି ପୋଲିସ । ତେବେ ବାଲେଶ୍ବରର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭାବିବେ ଆଇନର ରକ୍ଷକ କିଭଳି ଭାବେ ଆଇନ ପାଳନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦେଖନ୍ତୁ ଏ ଭିଡିଓକୁ । ଏ ହେଉଛି ପୋଲିସ ଗାଡି । ଗାଡିରୁ କିଭଳି ଚିମିନି ଭଳି ଧୂଆଁ ବାହାରୁଛି । ପ୍ରଦୂଷଣ ସାର୍ଟିଫିକେଟକୁ କଡାକଡା କରାଯାଇଥିବା ବେଳେ ପୋଲିସର ଗାଡିରୁ ଏଭଳି ଧୂଆଁ ବାହାରୁଛି । ଏଥିପ୍ରତି ଯେମିତି କାହାର ନିଘା ନାହିଁ । ଏହି ଭିଡିଓଟି ଗତ କିଛିଦିନ ହେବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

ଯାଞ୍ଚରୁ ଏହି ଗାଡିଟି ସୋର ଥାନାର ବୋଲି ଜଣାପଡିଛି । ଏପରିକି ଗାଡିର ଇନସ୍ୟୁରାନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ ନଥିବା ମଧ୍ୟ ଜଣାପଡିଛି । ଗାଡିର ଡିଜେଲ ପମ୍ପ ଖରାପ ଯୋଗୁଁ ଧୂଆଁ ବାହାରୁଥିବା ସୂଚନା ମିଳିଥିବା ବେଳେ ପରେ ଗାଡିଟିକୁ ସଜଡା ଯାଇଥିବା କହିଛନ୍ତି । ତେବେ ଗାଡିଟି କେତେ ଦିନ ଧରି ରାସ୍ତାରେ ଚାଲୁଥିଲା ତାହା ଜଣାପଡିନାହିଁ ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 27, 2019, 9:07 PM IST

ABOUT THE AUTHOR

...view details