ଓଡିଶା

odisha

ETV Bharat / state

ଥାନାରେ ଅଭିଯୁକ୍ତର ମୃତ୍ୟୁ, ରାସ୍ତାରେ ପରିବାର ଲୋକଙ୍କ ତୁମୁଳ କାଣ୍ଡ - ଅଭିଯୁକ୍ତ

ମଦବିକ୍ରି ଅଭିଯୋଗରେ ଗତ ୭ ତାରିଖରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମର ରତିକାନ୍ତ ଦାସଙ୍କୁ ଗିରଫ କରି ଥାନାକୁ ନେଇଥିଲା । ତେବେ ଥାନରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ପୋଲିସ ପିଟିପିଟି ମାରିଥିବା ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

By

Published : Aug 10, 2019, 6:40 AM IST

ବାଲେଶ୍ବର: ପୁଣି ମଦ ସାଜିଲା ମୃତ୍ୟୁର କାରଣ । ଘଟଣାଟି ହେଉଛି ରେମୁଣା ଅଞ୍ଚଳରେ । ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମର ରତିକାନ୍ତ ଦାସଙ୍କୁ ମଦ ବିକ୍ରି ଅଭିଯୋଗରେ ଗତ ୭ ତାରିଖରେ ପୋଲିସ ଉଠାଇ ନେଇଥିଲା । ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତ ରତିକାନ୍ତ ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ତାଙ୍କୁ ପ୍ରଥମେ ରେମୁଣା ସିଏଚ୍‌ସି, ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରତିକାନ୍ତଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ମାତ୍ର ମୃତଦେହ ବାଲେଶ୍ବର ଫେରି ନଥିବା ଜଣାପଡ଼ିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଫଳରେ ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଥାନାରେ ଥିବା ବେଳେ ପୋଲିସ ତାଙ୍କୁ ନିସ୍ତୁକ ମାଡ଼ ମାରିଛି ଓ ସେଥିରେ ଗୁରୁତର ହୋଇ ରତିକାନ୍ତର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରତିକାନ୍ତଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ଦାବିରେ ଉତ୍ୟକ୍ତ ଲୋକେ ତୁମୁଳ କାଣ୍ଡ ଭିଆଇଛନ୍ତି । ରେମୁଣା ଗୋଲେଇ ଛକ ନିକଟରେ ଟାୟାର ଜାଳି ଗୋଟିଏ ପାର୍ଶ୍ବ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ଆଇଆଇସି ଜୟନ୍ତ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି। ତେବେ ପୋଲିସ ହେପାଜତରେ ଥାଇ ରତିକାନ୍ତ କିପରି ଅସୁସ୍ଥ ହେଲେ ଓ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details