ଓଡିଶା

odisha

ETV Bharat / state

ମନ୍ତ୍ରୀଙ୍କ ହାତରେ ସମ୍ପର୍କର ସୂତା ବାନ୍ଧିଲେ ଦିବ୍ୟାଙ୍ଗ ଭଉଣୀ

ଭାଇ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କରିଛି ଭଉଣୀ । ଏହି ଅବସରରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ରକ୍ଷାବନ୍ଧନ ଉତ୍ସବ ।

By

Published : Aug 15, 2019, 3:01 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧି ଦେଇଛି ରାକ୍ଷୀ । ଏହି ଅବସରରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ରକ୍ଷାବନ୍ଧନ ଉତ୍ସବ । ଜିଲ୍ଲାର ମିଶନ ପଡିଆସ୍ଥିତ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏଥିରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କୁ ଦିବ୍ୟାଙ୍ଗ ଭଉଣୀମାନେ ରାକ୍ଷୀ ବାନ୍ଧିଥିଲେ । ମନ୍ତ୍ରୀ ସେମାନଙ୍କ ଗହଣରେ ବେଶ ଖୁସିଥିବା କହିଥିଲେ । ଦିବ୍ୟାଙ୍ଗ ଅନୁଷ୍ଠାନ ପାଇଁ ଆଗାମୀ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।

ଏହି ଶୁଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଓ ଗୋପାମୁଦ୍ରା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details