ଓଡିଶା

odisha

ETV Bharat / state

ଘରେ ରୋଗୀଣା ସ୍ତ୍ରୀ, ଆମ୍ବୁଲାନ୍ସ କେମିତି ଡାକିବ ଜାଣିନି ସ୍ବାମୀ - 108 Ambulance

ଏବେବି ଲୋକେ ଜାଣନ୍ତିନି କିପରି ମିଳିବ 108 ଆମ୍ବୁଲାନ୍ସ ସେବା । କିପରି ଡକାଯାଏ ଆମ୍ବୁଲାନ୍ସ । କେଉଁ ନମ୍ବରରେ କରିବାକୁ ପଡିବ ଫୋନ । ଡଲା ରିକ୍ସାରେ ଶବ ବୁହାହେବା ଏକ ଘଟଣାରୁ ଏକଥା ସ୍ପଷ୍ଟ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 18, 2019, 4:42 PM IST

ବାଲେଶ୍ୱର: 108 । ଘରେ ଘରେ ପରିଚିତ ଏହି ନମ୍ବର । ଯଦି ଦେହ ଖରାପ ହୁଏ, 108କୁ କଲ । ରାସ୍ତାରେ ଦୁର୍ଘଟଣା ଘଟିଲା । 108କୁ କଲ । ଆସିବ ଆମ୍ବୁଲାନ୍ସ । ବିନା ଦେୟରେ ପହଞ୍ଚାଇଦେବ ମେଡିକାଲ । ହେଲେ ଜାଣିଛନ୍ତି, କିପରି ଡାକିବାକୁ ପଡେ ଆମ୍ବୁଲାନ୍ସ ? ଏବେବି ବହୁ ଲୋକଙ୍କୁ ଅଜଣା । ଯେଉଁଥିପାଇଁ ରିକ୍ସାରେ ବୁହାହେଲେ ରୋଗୀ ।

ଆମ୍ବୁଲାନ୍ସକୁ କଲ କରିଥିଲୁ, ହେଲେ ଆସିଲାନାହିଁ । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଏପରି ବହୁ ଖବର ଆପଣ ପଢିଥିବେ, ଟିଭି ପରଦାରେ ଦେଖିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଖବର କହିବାକୁ ଯାଉଛି, ଯାହା ଏସବୁର ବ୍ୟତିକ୍ରମ । ରିକ୍ସାରେ ବୁହା ହେଲେ ରୋଗୀ । କାହିଁକିନା ଆମ୍ବୁଲାନ୍ସ ସେବା କିପରି ମିଳେ, ତାହା ଜଣାନଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପୁରା ଘଟଣା ଏପରି । ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ନୂଆସାହି ଗ୍ରାମର ଘନଶ୍ୟାମ ରଣାସିଆଙ୍କ ସ୍ତ୍ରୀ ଆରତୀଙ୍କ ଗୋଡ଼ରେ ଏକ ଘାଆ ହୋଇଥିଲା । ଆଜି ସକାଳୁ ତାହା ଫାଟି ଯିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ହୋଇପଡିଥିଲେ ଆରତୀ । ହେଲେ ଆମ୍ବୁଲାନ୍ସ କିପରି ଡକାଯାଏ, ତାହା ସ୍ବାମୀ ଘନଶ୍ୟାମଙ୍କୁ ଜଣାନଥିଲା । ନିଜ ଡାଲା ରିକ୍ସାରେ ସ୍ତ୍ରୀକୁ ମେଡିକାଲ ପହଞ୍ଚାଇଥିଲେ ଘନଶ୍ୟାମ । ନିଜର କୁନି ସନ୍ତାନ ମଧ୍ୟ ରିକ୍ସାରେ ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସରକାର 108 ଆମ୍ବୁଲାନ୍ସ ନେଇ ବାଃ ବାଃ ମାରୁଥିବା ବେଳେ ଲୋକେ ଏହା ଉପରେ କେତେ ସଚେତନ, ତାହା ସ୍ପଷ୍ଟ ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details