ଓଡିଶା

odisha

ETV Bharat / state

ସରକାରୀ କାର୍ଯ୍ୟରେ ବିଳମ୍ବ ପ୍ରତିବାଦରେ ଗଣଧାରଣା

ସରକାରୀ କାର୍ଯ୍ୟରେ ବିଳମ୍ବ ନେଇ ତାତିଛନ୍ତି ସାଧାରଣ ଜନତା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଥିବାରୁ ଗଣଧାରଣାକୁ ଓହ୍ଲାଇଛନ୍ତି ସାଧାରଣ ଲୋକେ ।

By

Published : Jun 6, 2019, 7:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ସରକାରୀ କାର୍ଯ୍ୟରେ ବିଳମ୍ବ ନେଇ ତାତିଛନ୍ତି ସାଧାରଣ ଜନତା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଥିବାରୁ ଗଣଧାରଣାକୁ ଓହ୍ଲାଇଛନ୍ତି ସାଧାରଣ ଲୋକେ । ଘଟଣାଟି ହେଉଛି ବାଲିଆପାଳ ତହସିଲ ଅଫିସ ସାମ୍ନାର । ଯେଉଁଠାରେ ନିଜର ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୀର୍ଘ ଦିନ ଧରି ବାଲିଆପାଳ ତହସିଲରେ ହେଉଥିବା ସରକାରୀ କାର୍ଯ୍ୟରେ ବିଳମ୍ବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛଲନ୍ତି ଲୋକେ । ଲୋକଙ୍କ ଅଭିଯୋଗ ମୁତାବକ ତହସିଲରେ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ପଟ୍ଟା ନକଲ, ଆଫିଡେଭିଟ ଆଦି ଅନେକ କାମ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି ।

ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ଫଳ ଶୂନ । ଫଳରେ ଦୀର୍ଘ ଦିନର ଅସନ୍ତୋଷ ଉଗ୍ରରୂପ ନେଇ ଆନ୍ଦୋଳନରେ ପହଞ୍ଚିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details