ବାଲେଶ୍ୱର: ଜିଲ୍ଲାର ସୋର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଚୋରି ଅଭିଯୋଗରେ ଜଣେ ନାବାଳକକୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ତଳେ ସୋର ଥାନା ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂଙ୍କ ଘରୁ ୧୨ ହଜାର ଟଙ୍କା ଓ ଏକ ନୂଆ ସାଇକେଲ ଚୋରି ହୋଇଯାଇଥିଲା । ପରେ ତାଙ୍କ ଝିଆରୀ ଠାରୁ ୧ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।
ତେବେ କୌଣସି ସୂତ୍ରରୁ ଏହି ସମସ୍ତ ଚୋରି ପଛରେ ଜଣେ ନାବାଳକ ରହିଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ବିଶନ ନାବାଳକକୁ ଫୋନରେ ଡାକିବା ପରେ ନାବାଳକ ଜାତୀୟ ରାଜପଥ ଉତ୍ତରେଶ୍ବର ଗଳାପୋଲ ନିକଟକୁ ଆସିବାରୁ ପୂର୍ବ ଯୋଜନା ଅନୁସାରେ ନାବାଳକକୁ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଛନ୍ତି ।
ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ନାବାଳକକୁ ଉଦ୍ଧାର କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ