ଓଡିଶା

odisha

By

Published : Oct 22, 2019, 4:48 AM IST

ETV Bharat / state

ଝାଡୁଦାର ଆକ୍ରମଣରେ ଗୁରୁତର ରୋଗୀ

ବାଲେଶ୍ବର ଜିଲ୍ଲା ପାଉଁଶକୁଲି ଡାକ୍ତରଖାନାରେ ଅଘଟଣ । ଡାକ୍ତରଖାନା ଝାଡୁଦାରଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ରୋଗୀ । ଅଧିକ ପଢ଼ନ୍ତୁ...

ଝାଡୁଦାର ଆକ୍ରମଣରେ ଗୁରୁତର ରୋଗୀ

ବାଲେଶ୍ବର: ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ଡାକ୍ତରଖାନାର ଝାଡୁଦାର ମାଡ଼ ମାରି ଗୁରୁତର କରି ପକାଇଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧିନ ପାଉଁଶକୁଲି ଡାକ୍ତରଖାନାରେ।

ଝାଡୁଦାର ଆକ୍ରମଣରେ ଗୁରୁତର ରୋଗୀ

ଅଭିଯୋଗ ଅନୁସାରେ, ଉଜୁଡା ଗ୍ରାମର ପୁରସ୍ତମ ଜେନା ସୋମବାର ପାଉଁଶକୁଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ତେବେ ସେଠାରେ ଉପସ୍ଥିତ ଥିବା ରବି ନାମକ ଜଣେ ଝାଡୁଦାର କିଛି ସହଯୋଗୀଙ୍କୁ ନେଇ ପୁରସ୍ତମଙ୍କୁ ବତା ଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ ପୁରସ୍ତମଙ୍କ ଦେହ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପୁରସ୍ତମଙ୍କ ସ୍ତ୍ରୀ ସିଂଲା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details