ଓଡିଶା

odisha

ETV Bharat / state

ଦ୍ଵିତୀୟ ସ୍ୱାମୀ ସହ ମିଶି ଝିଅକୁ ହତ୍ୟା, ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା - ହତ୍ୟା ଅଭିଯୋଗରେ ମାଆ ଗିରଫ

ଦ୍ଵିତୀୟ ସ୍ୱାମୀ ସହ ମିଶି ଝିଅକୁ ପିଟି ପିଟି ହତ୍ୟା କରିଥିଲା ନୃଶଂସ ମାଆ । ପ୍ରଥମ ସ୍ବାମୀଙ୍କ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ । ଶେଷରେ ମୃତ ନାବାଳିକାକୁ ମିଳିଛି ନ୍ୟାୟ । ଅଧିକ ପଢନ୍ତୁ

ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା

By

Published : May 25, 2023, 10:45 PM IST

ବାଲେଶ୍ବର: ଜନ୍ମକଲା ଝିଅକୁ ନିର୍ମମ ଭାବେ ପିଟିପିଟି ହତ୍ୟା କଲା ମାଆ । ଏନେଇ ବାଲେଶ୍ବର ଟାଉନ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମାଆ ଓ ବାପାକୁ ଗିରଫ ଗରିଛି ପୋଲିସ । ହତ୍ୟା ଅଭିଯୋଗରେ ମାଆ ସହ ଦ୍ବିତୀୟ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ବେବି ବିୱି ଓ ଶେଖ ଅବଦୁଲ ରହିମ୍‌ ।

ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ବର ସ୍ବତନ୍ତ୍ର ଓ ପିଆଇଡି କୋର୍ଟ ବିଚାରପତି ଜଷ୍ଟିସ ବିଶ୍ବଜିତ ଦାସ । ବେବି ବିୱି ନିଜ ଦ୍ବିତୀୟ ସ୍ବାମୀ ଶେଖ ଅବଦୁଲ ରହିମ ସହ ମିଶି ପ୍ରଥମ ସ୍ବାମୀଙ୍କ ଔରସରୁ ଜନ୍ମିତ ୧୩ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

୨୦୨୨ ମସିହା ଜୁନ ୨୮ ତାରିଖରେ ମୃତ ନାବାଳିକାଙ୍କ ପିତା ଶେଖ କୁତୁବୁଦ୍ଧିନ ଏ ସମ୍ପର୍କରେ ବାଲେଶ୍ବର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ହତ୍ୟା ଘଟଣାକୁ ନେଇ ତନାଘନା ଚଳାଇଥିବାବେଳେ ଉଭୟ ବେବି ବିୱି ଓ ରହିମ ଥାନାରେ ଆତ୍ମସମର୍ପଣ କରିଥିଲେ । ସୂଚନା ଅନୁସାରେ, ବାଲେଶ୍ବର ପୌରାଞ୍ଚଳର ୪ନଂ ୱାର୍ଡ ଅନ୍ତର୍ଗତ ପୁଲ ବଜାରର ରେଜାଉଲ୍ଲାଲେନରେ ରହୁଥିବା ଶେଖ କୁତୁବୁଦ୍ଧିନଙ୍କୁ ବେବି ବିୱି ବିବାହ କରିଥିଲେ। ସେମାନଙ୍କ ଔରସରୁରୁ ୩ଟି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ହେଲେ ସେମାନଙ୍କ ବିବାହ ବେଶୀ ଦିନ ଚାଲିପାରିନଥିଲା।

ଉଭୟଙ୍କ ବିବାହ ବିଚ୍ଛେଦ ପରେ ବେବି ସମ୍ପୃକ୍ତ ଅଞ୍ଚଳର ଶେଖ ଅବଦୁଲ ରହିମଙ୍କ ସହିତ ଦ୍ବିତୀୟ ବିବାହ କରିଥିଲେ । ପ୍ରଥମ ୩ଟି ସନ୍ତାନ ବେବି ଓ ରହିମଙ୍କ ସହିତ ରହୁଥିଲେ। ମାତ୍ର ବଡ ଝିଅ ମାଆଙ୍କର ଦ୍ବିତୀୟ ବିବାହକୁ ଗ୍ରହଣ କରିପାରୁନଥିଲା । ଫଳରେ ମାଆ ଝିଅଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଦିନକୁ ଦିନ ବେବି ଝିଅକୁ ନିର୍ଯାତନା ଦେବା ସହ ଶେଷରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲା।

ଏଥିରେ ତାକୁ ରହିମ ସହାୟତା କରିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ବେବି ଓ ରହିମ ହତ୍ୟାକୁ ସାଧାରଣ ମୃତ୍ୟୁ ଦର୍ଶାଉଥିବା ବେଳେ ମୃତ ଝିଅର ପିତା ଶେଖ କୁତୁବୁଦ୍ଧିନଙ୍କ ମନରେ ସନ୍ଦେହ ହେବାରୁ ସେ ଥାନାରେ ଏତଲା ଦେଇଥିଲେ । ମାମଲାର ତ୍ବରିତ ବିଚାର ହୋଇ ବର୍ଷକ ମଧ୍ୟରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଛନ୍ତି । ଏହି ମକଦ୍ଦମାରେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details