ଓଡିଶା

odisha

ETV Bharat / state

ସୁଲଭ ମୂଲ୍ୟରେ ଆଳୁ ଓ ପିଆଜ ଯୋଗାଇଲା ପ୍ରଶାସନ

ବାଲେଶ୍ବର ପୌରପାଳିକା ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳୁ ଓ ପିଆଜ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି ।

By

Published : Mar 27, 2020, 3:13 PM IST

onion and patato sell in valid price
ସୁଲଭ ମୂଲ୍ୟରେ ଆଳୁ ଓ ପିଆଜ ଯୋଗାଇଲା ପ୍ରଶାସନ

ବାଲେଶ୍ବର: କୋରୋନାରେ କଳାବଜାରୀ ରୋକିବା ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି । ବାଲେଶ୍ବର ପୌରପାଳିକା ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳୁ ଓ ପିଆଜ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି ।

ଆଳୁ ପିଆଜ ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସାହାଯ୍ୟ ନେଇଛି । ପ୍ରଥମ ପର୍ଯ୍ୟାୟରେ ସହରରେ ସମୁଦାୟ 12 ଟି ଜାଗାରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆଳୁ ଓ ପିଆଜ ବିକ୍ରି କରୁଛନ୍ତି । ପ୍ରଶାସନ ପକ୍ଷରୁ 3 ବସ୍ତା ଆଳୁ ଓ 2 ବସ୍ତା ପିଆଜ ମହିଳାମାନଙ୍କୁ ଦିଆଯାଇଛି ।

ସୁଲଭ ମୂଲ୍ୟରେ ଆଳୁ ଓ ପିଆଜ ଯୋଗାଇଲା ପ୍ରଶାସନ

ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଆଳୁ କିଲୋ ପିଛା 18 ଟଙ୍କା ଓ ପିଆଜ କିଲୋ ପିଛା 27 ଟଙ୍କାରେ ବିକ୍ରି କରାଯାଉଛି । ଜଣେ ଗ୍ରାହକକୁ ସର୍ବାଧିକ 2 କିଲୋ ଆଳୁ ଓ 1 କିଲୋ ପିଆଜ ଦେବାପାଇଁ ନିର୍ଦ୍ଦେଶ ହୋଇଛି । ବାଲେଶ୍ବର ସମେତ ରେମୁଣା ଅଞ୍ଚଳର ଦୁଇଟି ସ୍ଥାନରେ ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟିକା ମହିଳାଙ୍କୁ ନେଇ ସୁଲଭ ମୂଲ୍ୟରେ ଆଳୁ ଓ ପିଆଜ ବିକ୍ରି କରାଯାଉଛି । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details