ଓଡିଶା

odisha

ETV Bharat / state

ଟ୍ରେନରୁ ଖସି ବୃଦ୍ଧ ମୃତ

ଟ୍ରେନ ଲାଇନରେ ଖସି ବୃଦ୍ଧ ମୃତ। ଏଭଳି ଅଭବାନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଷ୍ଟେସନରେ।

By

Published : Apr 17, 2019, 2:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ଟ୍ରେନ ଲାଇନରେ ଖସିପଡି ବୃଦ୍ଧ ମୃତ। ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ବର ଷ୍ଟେସନରେ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଜଳେଶ୍ବର ଷ୍ଟେସନରେ ଡାଉନ ବାଘାଜତୀନ ଟ୍ରେନ ପହଞ୍ଚିଥିଲା । ଦାନ୍ତୁନ ଷ୍ଟେସନ ଯିବା ପାଇଁ 55 ବର୍ଷୀୟ ବୃଦ୍ଧ ମହମ୍ମଦ ଇସଲାମ ଟ୍ରେନରେ ଚଢିବା ପାଇଁ ଚେଷ୍ଟା କରିଥିଲେ । ହେଲେ ପ୍ରବଳ ଭିଡ ଯୋଗୁଁ ବୃଦ୍ଧ ଜଣଙ୍କ ଟ୍ରେନରୁ ଖସି ଲାଇନରେ ପଡି ଯାଇଥିଲେ । ତାଙ୍କ ଉପରେ ଟ୍ରେନ ଚଢିଯିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ରେଳବାଇ ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଟ୍ରେନ ଗେଟରେ ବେଆଇନ ଭାବେ ମାଲ ବୋଝେଇ ଯୋଗୁଁ ଏମିତି ଦୂର୍ଘଟଣା ଘଟୁଥିବା ଆଲୋଚନା ହେଉଛି । ଏଥିପ୍ରତି ରେଳ ବିଭାଗ ଦୃଷ୍ଟି ଦେବାପାଇଁ ସ୍ଥାନୀୟରେ ଦାବି ହୋଇଛି । ଏବେ ସୁଦ୍ଧା ମୃତ ବୃଦ୍ଧଙ୍କର କୌଣସି ପରିଚୟ ମିଳିପାରିନାହିଁ ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details