ଓଡିଶା

odisha

ETV Bharat / state

Helpless Parents: ପର କରିଦେଲା ପୁଅ, ପଡ଼ୋଶୀଙ୍କ ଗୁହାଳରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଦିନ

ସମ୍ପତ୍ତିର ଭାଗ ମାଗି ମାଡ଼ ମାରି ଘରୁ ତଡ଼ିଦେଲା ପୁଅ । ପଡ଼ୋଶୀଙ୍କ ଘର ସାଜିଛି ବୃଦ୍ଧ ଦମ୍ପତିଙ୍କ ଆଶ୍ରୟସ୍ଥଳ (Old couple stays in Cattle shelter in Balasore) । ଏଭଳି ଦୁଃଖଦ ଘଟଣା ବାଲେଶ୍ବର ରେମୁଣା ବ୍ଲକରେ ଘଟିଛି । ଅଧିକ ପଢନ୍ତୁ

Old couple stay in Cattle shelter
Old couple stay in Cattle shelter

By

Published : Dec 31, 2022, 4:36 PM IST

Updated : Dec 31, 2022, 5:21 PM IST

Helpless Parents: ପର କରିଦେଲା ପୁଅ, ପଡ଼ୋଶୀଙ୍କ ଗୁହାଳରେ କଟୁଛି ବୃଦ୍ଧ ଦମ୍ପତିଙ୍କ ଦିନ

ବାଲେଶ୍ୱର:କେତେ ଦିଅଁ ପୁଜି ପୁଅଟିଏ ପାଇଥିଲେ। ବୟସର ଅପରାହ୍ନରେ ପୁଅ ଆଶାବାଡି ସାଜିବ ବୋଲି କେତେ ଅସୁମାରୀ ସ୍ବପ୍ନ ସାଇତା ହୋଇଥିଲା ବାପା ମା'ଙ୍କ ମନରେ। ପୁଅକୁ ପାଠ ପଢ଼ାଇ ମଣିଷ କରିବା ପରେ ଏବେ ପୁଅ ବାପା ମାଆଙ୍କୁ ପର କରି ଦେଇଥିବା କହିଛନ୍ତି ବାପାମାଆ (Son evicted parents from home) । ଫଳରେ ଏବେ ବୃଦ୍ଧ ବାପାମାଆ ପଡୋଶୀଙ୍କ ଗୁହାଳରେ ନେଇଛନ୍ତି ଆଶ୍ରୟ (Old couple stays in Cattle shelter in Balasore)। ଏଭଳି ଦୁଃଖଦ ଘଟଣା ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ପାଳସିଆ ଗ୍ରାମରେ ଦେଖିବାକୁ ମିଳିଛି ।

ପାଳସିଆ ଗ୍ରାମର ଭଗବାନ ବାରିକ ଓ ସ୍ତ୍ରୀ ଜୟନ୍ତୀ ଏବେ ପରଘରେ ରହୁଛନ୍ତି । ଭଗବାନଙ୍କ ୨ଟି ପୁଅ ଥିବାବେଳେ ସାନପୁଅ ବାତ ରୋଗରେ ପୀଡିତ। ବଡ଼ପୁଅ ଏକମାତ୍ର ଆଶାବାଡି ପାଲଟିଥିବା ବେଳେ ଏବେ ସେ ବାପାମାଆଙ୍କୁ ପର କରିଦେଇଛି । ବାପାମା' ବହୁ କଷ୍ଟରେ ବଡ଼ପୁଅକୁ ପାଠ ପଢ଼ାଇ ମଣିଷ କରିଥିଲେ। ପରିଣତ ବୟସରେ ପୁଅ ସାହା ହେବ ବୋଲି ସ୍ବପ୍ନ ଦେଖିଥିଲେ । ସବୁ ସ୍ବପ୍ନ ଆଜି ଧୂଳିସାତ ହୋଇଯାଇଛି। କେତେ ଆଶା ଓ ମନ ଭିତରେ ଥିବା ସବୁ ଇଚ୍ଛା ମରି ଯାଇଛି। ଏମିତି କି ନିଜ ଘରେ ମଧ୍ୟ ରହିବାକୁ ବାପା ମାଆଙ୍କ ପାଇଁ ଜାଗା ନାହିଁ।

ଏହା ବି ପଢନ୍ତୁ-ଦିବ୍ୟାଙ୍ଗଙ୍କ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଡ଼ପୁଅ ଏକ ଘରୋଇ କମ୍ପାନୀରେ ଚାକିରୀ ମଧ୍ୟ କରିଛି। ଚାକିରୀ ପରେ କରଜ କରି ତା' ବାହାଘର କରାଇଥିଲେ ପିତାମାତା । ମାତ୍ର ବାହାଘର ପରେ ଏବେ ବାପାମାଆଙ୍କୁ ପୁଅ ପର କରିବା ଯୋଗୁଁ ସେମାନେ ଏବେ ପଡ଼ୋଶୀଙ୍କ ଗୁହାଳ ଘରେ ଜୀବନ କାଟୁଛନ୍ତି । ବଡ଼ପୁଅର ବାହାଘର ହେବା ପରେ ସେ ବାପା-ମାଆଠାରୁ ଅଲଗା ହୋଇ ଯାଇଥିଲେ। ଆଉ ବାପାଙ୍କୁ ବାରମ୍ବାର ସମ୍ପତ୍ତିର ଭାଗ ମାଗୁଥିଲେ। ମାତ୍ର ବାପା ସମ୍ପତ୍ତିରେ ଭାଗ ନଦେବାରୁ ପୁଅ-ବୋହୂ ମିଶି ବାପା-ମାଆଙ୍କୁ ମାଡ଼ମାରି ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଭଗବାନ। ଭଗବାନ ଏବେ ନିଜେ ଭଗବାନଙ୍କ ଭରସାରେ ରହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 31, 2022, 5:21 PM IST

ABOUT THE AUTHOR

...view details