ଓଡିଶା

odisha

By

Published : Jun 3, 2023, 10:37 PM IST

ETV Bharat / state

ସେମାନେ ଦେବଦୂତ...ସେମାନେ ଈଶ୍ୱର ! ଦୁଃଖ ଦେଲା ଦଇବ, ହୃଦୟ ଜିତିଲେ ଓଡ଼ିଶାବାସୀ

ଦୁର୍ଘଟଣା ଘଟିବାର ୫ରୁ ୧୦ ମିନିଟ ମଧ୍ୟରେ ପହଞ୍ଚିଥିଲେ ସ୍ଥାନୀୟ ବାସିନ୍ଦା । ଆଉ ଲାଗିପଡ଼ିଥିଲେ ଉଦ୍ଧାର କାର୍ଯ୍ୟରେ । ସେମାନେ ଦେବଦୂତ...ସେମାନେ ଈଶ୍ୱର ଥିଲେ । ଯାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

people laud local and Odisha people
people laud local and Odisha people

ହାଇଦ୍ରାବାଦ: ଯେମିତି ଜୋରରେ ଶବ୍ଦ କରିଥିଲା ସଙ୍ଗେ ସଙ୍ଗେ ବାହାନଗା ଷ୍ଟେସନ ନିକଟ ଦୁର୍ଘଟଣା ସ୍ଥଳକୁ ଧାଇଁ ଆସିଥିଲେ ସ୍ଥାନୀୟ ବାସିନ୍ଦା । ଆଖି ଆଗରେ ଛାରଖାର ହୋଇଯାଇଥିଲା ସବୁ କିଛି । ଚିତ୍ର ତ ନିଶ୍ଚିତ ଭୟାବହ ଥିଲା, ହେଲେ କୋହକୁ ସମ୍ଭାଳି ତତକ୍ଷଣାତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ୫ରୁ ୧୦ମିନିଟ ମଧ୍ୟରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ଚାପି ହୋଇଥିବା ବା ଅସହାୟ ଯାତ୍ରୀଙ୍କୁ ସହାୟ ହୋଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦେଶବାସୀ ପ୍ରଶଂସା କରିଛନ୍ତି । ବାଲେଶ୍ବର ତଥା ଓଡ଼ିଶାବାସୀଙ୍କ ଏହି ମାନବିକତା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ହସ୍ପିଟାଲ ବାହାରେ ଆରଏସଏସର କର୍ମୀ

ଖାଲି ଉଦ୍ଧାର କାର୍ଯ୍ୟ ନୁହେଁ, ଏହାସହିତ ରକ୍ତଦାନ ଲାଗି ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଓ ସୋର ହସ୍ପିଟାଲରେ ରକ୍ତଦାତାଙ୍କ ଲମ୍ବା ଲାଇନ ଲାଗିଥିଲା । ଅନ୍ୟ ଜଣେ ଅସହାୟ ମଣିଷ ପାଇଁ ମଣିଷ ହିଁ ସହାୟ ହୋଇଥିଲା । ସ୍ବେଚ୍ଛାକୃତ ଭାବେ ବିଭିନ୍ନ ବର୍ଗର ଲୋକେ ହସ୍ପିଟାଲରେ ରକ୍ତଦାନ ପାଇଁ ପହଞ୍ଚିଥିଲେ । ସେପଟେ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଥିଲେ । ଯାତ୍ରୀଙ୍କୁ ପାଣି ପିଆଇବାଠାରୁ ଆରମ୍ଭ କରି ନିଜ ଗାଡ଼ିରେ ହସ୍ପିଟାଲ ପହଞ୍ଚିବା ପର୍ଯ୍ୟନ୍ତ ଯଥାସମ୍ଭବ ଚେଷ୍ଟା କରିଥିଲେ । କିପରି ଅମୂଲ୍ୟ ଜୀବନ ବଞ୍ଚିଯିବ ସେ ଲାଗି ବାଲେଶ୍ବରବାସୀ ପୂର୍ଣ୍ଣ ସହାୟତା କରିଥିଲା ।

ରକ୍ତ ଦାନ ଲାଗି ଲୋକଙ୍କ ଲମ୍ବା ଲାଇନ

ଏହା ବି ପଢନ୍ତୁ- ଆସିଲା ପ୍ରାଥମିକ ରିପୋର୍ଟ, ସିଗ୍ନାଲ ଫେଲ୍‌ ଯୋଗୁଁ ଘଟିଲା ଭୟଙ୍କର ଦୁର୍ଘଟଣା

ସେହିପରି କଟକ RSSର କର୍ମୀମାନେ ମଧ୍ୟ ଏସସିବି ହସ୍ପିଟାଲରେ ପହଞ୍ଚିଥିଲେ । ଆହତଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆରଏସଏସ କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ । କଂଗ୍ରେସ ଯୁବ ସଂଗଠନ, ବାଲେଶ୍ବରର ସ୍ବେଚ୍ଛାସେବୀ ସଂଗଠନ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣାସ୍ଥଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପ୍ରତିଟି ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ । ଦେଶର ବିଭିନ୍ନ ମହଲରୁ ସ୍ଥାନୀୟ ବାସିନ୍ଦାଙ୍କ ଏହି ସେବାକୁ ପ୍ରଶଂସା କରାଯାଇଛି ।

ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ କରମଣ୍ଡଳ ଏକ୍ସପ୍ରେସକୁ ପ୍ରଥମେ ସିଗ୍ନାଲ ଦିଆଯାଇଥିଲା । ସିଗ୍ନାଲ ଅନୁଯାୟୀ କରମଣ୍ଡଳ ଏକ୍ସପ୍ରେସ ଟ୍ରାକ ବଦଳାଇ ଲୁପ ଲାଇନରେ ଯାଇଥିଲା । ତେବେ ଏହି ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା । ଫଳରେ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଏହାପରେ ବଗିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଅନ୍ୟ ଟ୍ରାକରେ ପଡ଼ିଥିଲା ।

ABOUT THE AUTHOR

...view details