ବାଲେଶ୍ବର: ରାତି ପାହିଲେ ମାଟ୍ରିକ ପରୀକ୍ଷା । ଆସନ୍ତାକାଲି(ଶୁକ୍ରବାର) ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 17 ତାରିଖରେ ସରିବ । ଏନେଇ ପରୀକ୍ଷା ସେଣ୍ଟର ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ହବ ଓ ସ୍କ୍ବାର୍ଡ ଗଠନ ଦିଗରେ ତତ୍ପର ହୋଇଛି ବାଲେଶ୍ଵର ଜିଲ୍ଲା ଶିକ୍ଷା ବିଭାଗ । ଏଥିପାଇଁ ଜିଲ୍ଲାର 12ଟି ବ୍ଲକର ବିଭିନ୍ନ ସ୍କୁଲରେ ସେଣ୍ଟର କରାଯାଇଛି । ଏଥିସହ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ନିଆଯିବା ସହ ସ୍କୁଲ ଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଜିଲ୍ଲାର 12ଟି ବ୍ଲକ ମଧ୍ୟରେ ଜଲେଶ୍ୱରରେ 20ଟି ସେଣ୍ଟରରେ ୨ହଜାର 995 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବସ୍ତାରେ 15ଟି ସେଣ୍ଟରରେ 2109 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ଭୋଗରାଇରେ 21ଟି ସେଣ୍ଟରରେ ତିନି ହଜାର 546 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସହ ବାଲିଆପାଳରେ 18ଟି ସେଣ୍ଟରରେ ୩ହଜାର 37 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଖଇରାରେ 16ଟି ସେଣ୍ଟରରେ 2 ହଜାର 7ଶହ 73 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ଆହୁରି ମଧ୍ୟ ସିମୁଳିଆରେ 9ଟି ସେଣ୍ଟରରେ 1 ହଜାର 586 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ନୀଳଗିରିରେ 12ଟି ସେଣ୍ଟରରେ ୨ହଜାର 109 ଜଣ ପରୀକ୍ଷା ଦେବେ। ଔପଦାରେ 7ଟି ସେଣ୍ଟରରେ 1 ହଜାର 211 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସହ ରେମୁଣାରେ ବ୍ଲକର 12ଟି ସେଣ୍ଟରରେ ୨ହଜାର 73 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।