ଓଡିଶା

odisha

50 ବର୍ଷରେ ଏନଏସଏସ, ଚିତ୍ର ମାଧ୍ୟମରେ ସଚେତନ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ବାଲେଶ୍ଵର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଚଲିତ ବର୍ଷ ପାଳନ ହେଉଛି ଏନଏସଏସର ସୁବର୍ଣ୍ଣ ଜୟନ୍ତୀ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଉପଲକ୍ଷେ ଛାତ୍ରଛାତ୍ରୀ ଚିତ୍ର ମାଧ୍ୟମରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଞ୍ଜଳି ।

By

Published : Sep 24, 2019, 2:54 PM IST

Published : Sep 24, 2019, 2:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ଵର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଚଳିତ ବର୍ଷ ପାଳନ ହେଉଛି ଏନଏସଏସର ସୁବର୍ଣ୍ଣ ଜୟନ୍ତୀ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଉପଲକ୍ଷେ ଛାତ୍ରଛାତ୍ରୀ ଚିତ୍ର ମାଧ୍ୟମରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଞ୍ଜଳି । ଏଥିସହ ନିଜ ଚିତ୍ରକଳା ମାଧ୍ୟମରେ ସମାଜକୁ ବାଣ୍ଟିଛନ୍ତି ଅହିଂସାର ବାର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ରଙ୍ଗ ତୂଳୀରେ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ, ଅବଦାନ ଓ ଜୀବନୀ ସମ୍ପର୍କରେ ଚିତ୍ର ପ୍ରଦର୍ଶନ କରିଥିଲେ। ଗାନ୍ଧିଜୀଙ୍କ ନୀତିରେ ଚାଲିବାକୁ ଛାତ୍ରଛାତ୍ରୀ ସମାଜକୁ ବାର୍ତ୍ତା ଦେଇଥିଲେ । ଏହାପରେ କଲେଜ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏନଏସଏସ ଛାତ୍ରଛାତ୍ରୀ ସେଥିରେ ମଧ୍ୟ ବେଶ ଉତ୍ସାହର ସହ ଭାଗ ନେଇଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details