ଓଡିଶା

odisha

By

Published : Oct 9, 2020, 11:19 AM IST

ETV Bharat / state

ବିଭିନ୍ନ ଦାବି ନେଇ ନିର୍ମାଣ ମଜଦୂର ସଂଘର ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲା ଶାଖା ଓଡିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

balesore latest news, nirmana majdoor committee on protest, protest in balesore, labour office gherao, balesore labour office gherao, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ ନିର୍ମାଣ ମଜଦୂର ସଂଘର ବିକ୍ଷୋଭ, ନିର୍ମାଣ ମଜଦୂର ସଂଘର ବିକ୍ଷୋଭ, ଶ୍ରମ କାର୍ଯ୍ୟାଳୟ ଘେରାଉ
ବିଭିନ୍ନ ଦାବି ନେଇ ନିର୍ମାଣ ମଜଦୂର ସଂଘର ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ବର: ଜିଲ୍ଲା ଶାଖା ଓଡିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେଉଁଥିରେ ଦୀର୍ଘ ବର୍ଷ ଧରି ପଡି ରହିଥିବା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ପ୍ରଦାନ କରିବା, ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ କରିବା, ନୂତନ ପଞ୍ଜୀକରଣ ପାଇଁ ପଡି ରହିଥିବା ଆବେଦନ ପତ୍ରଗୁଡିକୁ ତୁରନ୍ତ ପଞ୍ଜୀକୃତ କରିବା ଓ ନିର୍ମାଣ ଶ୍ରମିକମାନଙ୍କୁ ଯଥାଶୀଘ୍ର କାର୍ଡ ଯୋଗାଇ ଦେବା ଭଳି ଦାବି ସାମିଲ ରହିଛି ।

ବିଭିନ୍ନ ଦାବି ନେଇ ନିର୍ମାଣ ମଜଦୂର ସଂଘର ବିକ୍ଷୋଭ ପ୍ରଦର୍ଶନ

ସେପଟେ କୋରୋନା ମହାମାରୀ ସମୟରେ ଅନେକ ଶ୍ରମିକଙ୍କ କାର୍ଡ ନବୀକରଣ ହୋଇ ନଥିବା ବେଳେ ସେଗୁଡିକୁ ପୁଣି ନବୀକରଣ କରାଇବା, ସରକାରୀ ସହାୟତା ଆକାରରେ ସମସ୍ତଙ୍କୁ 1500 ଟଙ୍କା ପ୍ରଦାନ କରିବା ଭଳି ଦାବି ଉପସ୍ଥାପନ କରାଯାଇଛି । ଏନେଇ ଏକ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠା ଯାଇଥିବା ଜଣା ପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details