ଓଡିଶା

odisha

ETV Bharat / state

ବାଲେଶ୍ଵରରେ 11ଟି 108 ଆମ୍ବୁଲାନ୍ସର ଶୁଭାରମ୍ଭ, ସହଜ ହେବ ରୋଗୀ ସେବା - balasore news

ବାଲେଶ୍ଵର ଜିଲ୍ଲା ଦୁର୍ଗମ ଅଞ୍ଚଳ ପାଇଁ ରାଜ୍ୟ ସରକାର 11ଟି 108 ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ୨୭ଗୋଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଥିବାବେଳେ ଏହି ୧୧ଗୋଟିକୁ ମିଶାଇ ମୋଟ ୩୮ଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବେ। ଅଧିକ ପଢନ୍ତୁ...

new 11 ambulance seva inaguration by balasore collector
ବାଲେଶ୍ଵର ଜିଲ୍ଲାରେ 11 ନୂତନ 108 ଆମ୍ବୁଲାନ୍ସ ଯୋଗାଇବ ସେବା

By

Published : Jan 2, 2021, 9:41 PM IST

ବାଲେଶ୍ଵର: ଜିଲ୍ଲା ଦୁର୍ଗମ ଅଞ୍ଚଳରେ ସହଜ ଓ ଶୀଘ୍ର ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ଅତିରିକ୍ତ 11ଟି 108 ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି ପତାକା ଦେଖାଇ ଜିଲ୍ଲାରେ ଆମ୍ବୁଲାନ୍ସ ସେବାର ଆରମ୍ଭ କରିଛନ୍ତି ।

ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟ ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି । ସେଥି ମଧ୍ୟରେ ବାଲେଶ୍ୱର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ରହିଥିଲା। ଶନିବାର ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି ପତାକା ଦେଖାଇ ଜିଲ୍ଲାରେ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡିକରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି ଯାହା କି ଜରୁରୀ ପରିସ୍ଥିତିରେ ରୋଗୀମାନଙ୍କ ପାଇଁ ବିଶେଷ ଭାବେ ସହାୟକ ହୋଇପାରିବ। ପୂର୍ବରୁ ଜିଲ୍ଲାରେ ୨୭ଗୋଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଥିବାବେଳେ ଏହି ୧୧ଗୋଟିକୁ ମିଶାଇ ମୋଟ ୩୮ଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇବେ। ଏହି ୧୧ଟି ଆମ୍ବୁଲାନ୍ସ ମଧ୍ୟରୁ ବାଲେଶ୍ୱର ପୌରାଞ୍ଚଳ ପାଇଁ ୩ଟି, ସଦର ବ୍ଲକ ପାଇଁ ୨ଟି ଏବଂ ଜଳେଶ୍ୱର, ସୋର, ବସ୍ତା, ବାଲିଆପାଳ, ନୀଳଗିରି ଓ ବାହାନଗା ବ୍ଲକ ପାଇଁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।


ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ, ରାଣୀପାଟଣା ପ୍ରାଣୀ ଚିକିତ୍ସାଳୟରେ ଗୋଟିଏ ଓ ସଦହେବଖୁଣ୍ଟା ଥାନାରେ ଗୋଟିଏ ଆମ୍ବୁଲାନ୍ସ ଦିଆଯାଇଛି । ସେହିପରି ସଦର ବ୍ଲକରେ ଫୁଲାଡି ଫାଣ୍ଡି ଓ ରସାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ୧୦୮ ଆମ୍ବୁଲାନ୍ସ ଦିଆଯାଇଛି । ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜଳେଶ୍ୱର ଶାଳବଣୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସୋର ମାଣିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବସ୍ତାର ପାଉଁଶକୁଳି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲିଆପାଳର ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୀଳଗିରିର ଅଯୋଧ୍ୟା ଫାଣ୍ଡିରେ ଗୋଟିଏ ଲେଖାଏଁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଶୁଭାରମ୍ଭ ବେଳେ ଡା. ଦୁଲାଲସେନ ଜଗତଦେଵ, ଏଡିଏମଓ(ପରିବାର କଲ୍ୟାଣ) ଡା. ପରେଶ ଚନ୍ଦ୍ର ନନ୍ଦୀ, ଡିପିଏଚଓ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଡିପିଏମ୍ ଅନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details