ବାଲେଶ୍ବର: ଜଘନ୍ୟ ହତ୍ୟାକାଣ୍ଡ। ରକ୍ତ ସମ୍ପର୍କ ଏବଂ ଗର୍ଭ କଷ୍ଟକୁ ଭୁଲିଗଲା ମା। ଆଉ ନିଜ ହାତରେ ମଣିଷ କରିଥିବା ପୁଅକୁ ଶାବଳରେ ମାରି ଘରେ ଲୁଣ ଦେଇ ପୋତିଦେଲା। ଆଉ ଏଥିରେ ସହଭାଗୀ ରହିଲା ବଡଭାଇ। ମାରିବା ପରେ ବି ମନ ଶାନ୍ତି ହୋଇନାହିଁ ଦୀର୍ଘ 11 ଦିନ ଘରେ ଲୁଚାଇ ରଖିଥିଲେ। ହେଲେ ଚୋର ଘର ସବୁବେଳେ ଅନ୍ଧାର ନୁହେଁ ଦିନେ ନା ଦିନେ ସତ ପଦାକୁ ଆସିବ। ଆଉ ଏବେ ହତ୍ୟାକାରୀ ମା ଓ ବଡ ପୁଅର ସବୁ ଖେଳ ଶେଷ ହୋଇଯାଇଛି। ପୋଲିସ ମା ଓ ବଡ଼ପୁଅକୁ ଗିରଫ କରିଛି। ଏଘଟଣା ହେଉଛି ବାଲେଶ୍ଵର ଜିଲ୍ଲା ସୋର ଥାନା ବାହାନଗା ଇଚ୍ଛାପୁର ଅଞ୍ଚଳର।
ମିଳିଥିବା ଖବର ଅନୁସାରେ, ଗତ ୧୨ ତାରିଖ ରାତିରେ ସାନପୁଅ ବଳରାମ ଜେନା ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମା ଓ ଭାଇଙ୍କ ସହ ଝଗଡା କରିଥିଲେ। ଏମିତି କି ବଳରାମ ଏକ ଶାବଳ ଦ୍ବାରା ବଡଭାଇ ଜଗବନ୍ଧୁଙ୍କୁ ଆକ୍ରମଣ କରିବା ବେଳେ ସେହି ଶାବଳରେ ମା ଶୁକୁରି ଜେନା ସାନପୁଅକୁ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।