ଓଡିଶା

odisha

ETV Bharat / state

ଗଡ଼ିଲା ବିକଶିତ ଭାରତ ସଂକଳ୍ପ ଭ୍ୟାନ, କେନ୍ଦ୍ର ଯୋଜନା ସମ୍ପର୍କରେ କରିବ ସଚେତନ - ବିଜେପି

ବାଲେଶ୍ୱରରେ ଗଡ଼ିଲା ବିକଶିତ ଭାରତର ସଂକଳ୍ପ ଯାତ୍ରାର ୩ଟି ଆଇ.ଇ.ସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) ଭ୍ୟାନ୍ । ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 1, 2023, 12:23 PM IST

ଗଡ଼ିଲା ବିକଶିତ ଭାରତ ସଂକଳ୍ପର ଭ୍ୟାନ,

ବାଲେଶ୍ୱର: ଜିଲ୍ଲାରେ ଗଡ଼ିଲା ବିକଶିତ ଭାରତର ସଂକଳ୍ପ ଯାତ୍ରାର ୩ଟି ଆଇ.ଇ.ସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) ଭ୍ୟାନ୍ । ଗରିବ, କୃଷକ, ମହିଳା ଓ ଯୁବ ଗୋଷ୍ଠୀ ସଶକ୍ତ କରିବା ହେଉଛି ଏହି ଭ୍ୟାନର ମୁଖ୍ୟ ଆଭିମୁଖ୍ୟ । ତେବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାରେ ୩ଟି ଆଇ.ଇ.ସି ଭ୍ୟାନ୍ (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ)ର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଜିଲ୍ଲାର ୧୨ଟି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତକୁ ସାମିଲ କରିଛି । ତେବେ ଏହି ଆଇ.ଇ.ସି ଭ୍ୟାନ୍ ଗ୍ରାମାଞ୍ଚଳ ତଥା ସହରାଞ୍ଚଳକୁ ଯାଇ ସାଧାରଣ ଜନତାଙ୍କ ପାଖରେ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଦି ଉପରେ ବିସ୍ତାର ସୂଚନା ପ୍ରଦାନ କରିବ ଏବଂ ସଚେତନତା ସୃଷ୍ଟି କରିବ ।

ଏହାମଧ୍ୟ ପଢନ୍ତୁ.. ବାଲେଶ୍ବରରେ ବହିଲାଣି ନିର୍ବାଚନୀ ହାୱା, ଜନଅଧିକାର ସମାବେଶରେ ଯୁବନେତାଙ୍କ ରଣହୁଙ୍କାର

ତେବେ ଏହି ଆଇଇସି ଶୁଭାରମ୍ଭ ଅବସରରେ ଏକ ବାଲେଶ୍ବରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଉପସ୍ଥିତ ଥିଲେ।

ତେବେ କାର୍ଯ୍ୟକ୍ରମରେ ଲାଇଭ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବାର୍ତ୍ତା ତଥା ସାଧାରଣ ଜନତାଙ୍କ ସହ ବାର୍ତ୍ତାଳାପ ପ୍ରସାରଣ କରାଯାଇଥିଲା । ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ ଏହି ଅଭିଯାନ ଲୋକମାନଙ୍କୁ ସରକାରୀ ଯୋଜନାର ନିକଟତର କରିବାର ଏକ ସୁଯୋଗ ଅଟେ । ଏହାସହ ବିକଶିତ ଭାରତ ସଂକଳ୍ପ ଯାତ୍ରା ଲୋକମାନଙ୍କ କଲ୍ୟାଣ ଏବଂ ଆର୍ଥିକ ଉନ୍ନତି ପାଇଁ ପରିକଳ୍ପିତ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପକୃତ ହେବା ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ପ୍ରମାଣିତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ସାଂସଦ । ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶ ହେବାକୁ ଲକ୍ଷ୍ୟ ରଖିଛି ଏବଂ ସାଧାରଣ ଲୋକ ସରକାରୀ ଯୋଜନାରେ ଜଡିତ ହୋଇ ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତୁ ବୋଲି ପ୍ରତାପ ଷଡ଼ଙ୍ଗୀ ଆହ୍ବାନ ଦେଇଛନ୍ତି ।


ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details