ଓଡିଶା

odisha

By

Published : Mar 26, 2020, 7:56 AM IST

ETV Bharat / state

ଓଡିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଓଡିଆ ଶ୍ରମିକ

୫୦ରୁ ଉର୍ଦ୍ଧ୍ବ ଓଡିଆ ଶ୍ରମିକ ହାଇଦ୍ରାବାଦରେ ଫସି ରହିଥିବା ଏକ ଭିଡିଓରୁ ଜଣାପଡିଛି। ତେବେ ଫସିରହିଥିବା ସମସ୍ତ ଓଡିଆ ଶ୍ରମିକ ବାଲେଶ୍ବର ଜିଲ୍ଲା ବାସିନ୍ଦା ବୋଲି ଜଣାପଡିଛି ।

more than 50 odia labour block in hyderbaad
ଓଡିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲେ ଓଡିଆ ଶ୍ରମିକ

ବାଲେଶ୍ବର: ମାରାତ୍ମକ କୋରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ ଘୋଷଣା କରାଯାଇଛି । ଏହା ମଧ୍ୟରେ ୫୦ରୁ ଉର୍ଦ୍ଧ୍ବ ଓଡିଆ ଶ୍ରମିକ ହାଇଦ୍ରାବାଦରେ ଫସି ରହିଥିବା ଏକ ଭିଡିଓରୁ ଜଣାପଡିଛି। ତେବେ ଫସିରହିଥିବା ସମସ୍ତ ଓଡିଆ ଶ୍ରମିକ ବାଲେଶ୍ବର ଜିଲ୍ଲା ବାସିନ୍ଦା ବୋଲି ଜଣାପଡିଛି ।

ଓଡିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଓଡିଆ ଶ୍ରମିକ

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ଖଇରା ଓ ଔପଦା ଅଞ୍ଚଳର ଅଧିକାଂଶ ଶ୍ରମିକ କାମ କରିବା ପାଇଁ ହାଇଦ୍ରାବାଦ ଯାଇଛନ୍ତି । କିନ୍ତୁ କୋରୋନା ଭାଇରସ ଯୋଗୁ ସମଗ୍ର ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ସେମାନଙ୍କ କାମ ବନ୍ଦ ହୋଇଛି ।

କାମ ବନ୍ଦ ଥିବାରୁ ସେଠାରେ ସେମାନଙ୍କୁ ଚଳିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଫଳରେ ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭିଡିଓ ଜରିଆରେ ଗୁହାରି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details