ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କିନ୍ନର ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଖୋଲିଛି ମିଶନ ଶକ୍ତି କାଫେ । ଯେଉଁଠି କିନ୍ନର ମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କାର୍ଯ୍ୟ କରିବେ । କିନ୍ନର ସ୍ଵୟଂସହାୟକ ଗୋଷ୍ଠୀଙ୍କ ପାଇଁ ମିଶନ୍ ଶକ୍ତି କାଫେର ବ୍ୟବସ୍ଥା ଏନଜିଓ ମାନଙ୍କ ସହାୟତା ଖୋଲିଛି ।
କିନ୍ନରଙ୍କୁ ମିଳିଲା ରୋଜଗାର, ବାଲେଶ୍ବରରେ ଖୋଲିଲା ମିଶନ ଶକ୍ତି କାଫେ
ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କିନ୍ନର ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଖୋଲିଛି ମିଶନ ଶକ୍ତି କାଫେ । ଅଧିକ ପଢନ୍ତୁ
କିନ୍ନରଙ୍କ କାଫେ, ମିଶନ ଶକ୍ତି ଦ୍ୱାରା ହେବେ ଆତ୍ମନିର୍ଭରଶୀଳ
ଆରଡିଏସି ଏନଜିଓର ରୁକସାନା ଖାତୁନଙ୍କ ସହଯୋଗ କ୍ରମେ ଅନନ୍ୟା ଟିଜି ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା କାଫେ ପରିଚାଳିତ ହେବ। ଏହି କାଫେକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ । କାଫେରେ ଚା, ବିସ୍କୁଟ ସହିତ ବିଭିନ୍ନ ପ୍ରକାର ହାଲୁକା ଶୁଖିଲା ଖାଦ୍ୟ ଉପଲବ୍ଧ ହେବ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ