ଓଡିଶା

odisha

ETV Bharat / state

ଜମି ବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଇଥିବା ଅଭିଯୋଗ

ପଲସର୍ ବାଇକରେ ଆସି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ଡିକିରେ ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ଡିକିରେ ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଡିକିରେ ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

By

Published : Aug 12, 2023, 8:07 AM IST

ଡିକ୍କି ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବାଲେଶ୍ବର: ମାତିଛନ୍ତି ଲୁଟେରା । ପଲସର୍ ବାଇକରେ ଆସି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ଡିକିରେ ଭାଙ୍ଗି ସାଢ଼େ 8 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦିନ ଦ୍ବିପ୍ରହରରେ ଲୁଟ କରି ନେଇଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବକ । ଏମିତି ଘଟଣା ଘଟିଛି ବାଲେଶ୍ଵର ସହଦେଖୁଣ୍ଟା ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଶ୍ରୀକୋଣା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ଦୁଆରୀଙ୍କ ବାଇକ ଡିକି ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକରୀ କାର୍ତ୍ତିକ କହିଛନ୍ତି,‘‘ଜମି ବିକ୍ରି କରି ସାଢେ 8 ଲକ୍ଷ ଟଙ୍କା ନେଇ ବାଇକ ଡିକିରେ ରଖିଥିଲେ । ମଧ୍ୟାହ୍ନ ପ୍ରାୟ 2:30 ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାର୍ତ୍ତିକ ବାଇକ ରଖି ମୋହରିର ପାଖକୁ ଯାଇଥିଲେ । ମାତ୍ର କିଛି ସମୟ ବ୍ୟବଧାନ ମଧ୍ୟରେ ଏକ ଜୋରରେ ଆୱାଜ୍ ଆସିଲା । କାର୍ତ୍ତିକ ତୁରନ୍ତ ଦୌଡ଼ି ଯାଇ ଗାଡ଼ି ପାଖରେ ପହଞ୍ଚିବା ପରେ ଦେଖିଲେ ଯେ ଜଣେ ଲୋକ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ପଲସରରେ ଛୁ ମାରିଥିଲେ ଦୃର୍ବୃତ୍ତ । ସେ ଏବଂ ତାଙ୍କର ସାଙ୍ଗ ଦୁର୍ବୃତ୍ତମାନଙ୍କ ପିଛା କରିଥିଲେ ମଧ୍ୟ ସେମାନେ କେଉଁଆଡ଼େ ଫେରାର ହୋଇ ଯାଇଥିଲେ।’’ ଏହାକୁ ନେଇ କାର୍ତ୍ତିକ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ କହଞ୍ଚି ଛାନଭିନ ଆରମ୍ଭ କରିଛି ।

ଏହା ବି ପଢନ୍ତୁ: କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରୁ ଚୋରି ଅଭିଯୋଗ

ସେହିପରି ଗତକାଲି ଦିନ ଦ୍ବିପ୍ରହରରେ ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ସିନାପାଲି ପୋଲିସର ଛାନଭିନ ଆରମ୍ଭ କରିଛି । ସୂଚନା ଅନୁଯାୟୀ ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ଲ୍ୟାପଟପ ,କମ୍ପ୍ୟୁଟର ସହ ଘରେଥିବା ସମସ୍ତ ଟଙ୍କାପଇସା ଓ ବ୍ୟବହୃତ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିବା କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଶୁକ୍ରବାର ପାଖାପାଖି 2ଘଣ୍ଟା 30 ମିନିଟ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ଯନ୍ତ୍ରୀ । ଏହାର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ ଘର ଭିତରକୁ ପ୍ରବେଶ କରି କଳାକନା ବୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details