ଓଡିଶା

odisha

ETV Bharat / state

ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ - baleswar

ଶୌଚ ଯିବା ସମୟରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତା କାରଣରୁ ଆକ୍ରମଣ କରାଯାଇଥବା ସନ୍ଦେହ ।

ଫଟୋ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jun 2, 2019, 10:30 AM IST

ବାଲେଶ୍ବର: ସୋର ଥାନା ଅଞ୍ଚଳର ନାବାଳକ ପରମାନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ । ଶୌଚ ପାଇଁ ଯାଇଥିବାବେଳେ ହୋଇଛି ଆକ୍ରମଣ । ମାଣିତ୍ରୀ ଗ୍ରାମର ବଗଡାସାହିର ବାଇଧର ମଲ୍ଲିକଙ୍କ 15ବର୍ଷର ପୁଅ ପରମାନନ୍ଦ ସାଙ୍ଗମାନଙ୍କ ସହ ଶୌଚ ସାରି ଫେରୁଥିବା ବେଳେ ତାଙ୍କୁ ପଡୋଶୀ ଯୁବକ କଟୁରୀରେ ଆକ୍ରମଣ କରିଥିଲେ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ସାଙ୍ଗମାନଙ୍କ ସହାୟତାରେ ପରମାନନ୍ଦଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା । ଏନେଇ ପରମାନନ୍ଦଙ୍କ ବାପା ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଆକ୍ରମଣର କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଏହା ପୂର୍ବଶତୃତାକୁ ନେଇ ହୋଇଥିବାର ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details