ବାଲେଶ୍ଵର: ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମୀକ୍ଷା । ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଗୁରୁତ୍ବ । ବ୍ୟାଙ୍କ ମାଧ୍ୟମରେ କୃଷକଙ୍କୁ ଫାଇଦା ଯୋଗାଇବା, ଅଧିକ ଓ ସହଜ ଉପାୟରେ ଲୋକଙ୍କୁ ଋଣ ଯୋଗାଇଦେବା, ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ଭଳି ଦିଗ ଉପରେ ଆଲୋଚନା କରାଯାଇଛି ।
ସମବାୟ ବ୍ୟାଙ୍କରେ ସମୀକ୍ଷା କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମୀକ୍ଷା । ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଗୁରୁତ୍ବ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଏହି ଅବସରରେ ଆଗାମୀ ଦିନରେ ବ୍ୟାଙ୍କକୁ ଲୋକାଭିମୁଖୀ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଏହି ବ୍ୟାଙ୍କ ଗୁଡିକରେ ସମୀକ୍ଷା କରାଯିବ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ