ଓଡିଶା

odisha

ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ

ଅସୁସ୍ଥ ହେଲେ ସ୍କୁଲ ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ଖାଇବା ପରେ 15 ପିଲା ଅସୁସ୍ଥ ହୋଇପଡ଼ିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 16, 2019, 8:26 PM IST

ବାଲେଶ୍ଵର: ବଇଁଚା ପଞ୍ଚାୟତ ପାଳ ବାଲେଶ୍ଵର ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି 15 ଛାତ୍ରଛାତ୍ରୀ ।

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ଅନୁଭବ କରିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବାଲେଶ୍ଵର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ 2ଜଣ ଗୁରୁତର ଥିବା ମଧ୍ୟ ଜଣାପଡିଛି । ମଧ୍ୟାହ୍ନ ଭୋଜନରେ କୌଣସି ମାରାତ୍ମକ ପୋକ ପଡିଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details