ବାଲେଶ୍ବର: ସାରା ଦେଶରେ ଆଜି ଶ୍ରମିକ ଦିବସ ପାଳନ ହେଉଛି । ଜିଲ୍ଲାରେ ଶ୍ରମିକ ମାନଙ୍କ ପାଇଁ ଅନେକ ସଂଗଠନ କାମ କରୁଥିବା ବେଳେ ଏବେବି ପଖାପାଖି 70 ପ୍ରତିଶତ ଶ୍ରମିକ ଅସଙ୍ଗଠିତ ହୋଇ ରହିଛନ୍ତି ।
ଦିନ ତମାମ ପରିଶ୍ରମ କରି ଯାହା ଦି ପଇସା ମିଳେ ସେଥିରେ ଶ୍ରମିକଙ୍କ ଗୁଜୁରାଣ ମେଣ୍ଟିଥାଏ । ସବୁଠୁ ବଡ଼ କଥା ହେଲା ଶ୍ରମିକ ଦିବସ କଣ ଦିନରାତି ଖଟୁଥିବା ଶ୍ରମିକମାନେ ଜାଣି ନାହାନ୍ତି ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି ।
ଦିନ ମଜୁରିଆ ଠାରୁ ଆରମ୍ଭ କରି ଠିକା ଶ୍ରମିକମାନେ ମଧ୍ୟ ସମାନ ପରିସ୍ଥିତି ଭୋଗୁଥିବା ଦେଖିବାକୁ ମିଳୁଛି । ଖଟିଲେ ଖାଇବେ, ବସିଲେ ଓପାସ ରହିବା ଛଡା ସେମାନଙ୍କ ପାଖରେ ଅନ୍ୟକିଛି ଚାରା ନଥାଏ ବୋଲି ଜଣେ ଗ୍ୟାରେଜ ଶ୍ରମିକ ବାବୁଲା ଦାସ କହିଛନ୍ତି ।