ବାଲେଶ୍ବର: ରେମୁଣା ବ୍ଲକ ଇମାମୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଉପଲକ୍ଷେ ଏକ ଗଣବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଏକାସଙ୍ଗେ ୭୦ ଯୋଡ଼ା ବରକନ୍ୟାଙ୍କ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ସାମୁହିକ ଭାବେ ଗୋଟିଏ ମଣ୍ଡପରେ ସମସ୍ତଙ୍କ ହାତଗଣ୍ଠି ପଡ଼ିଛି । ସମସ୍ତ ବରକନ୍ୟାଙ୍କ ପାଇଁ ବସ୍ତ୍ର, ସ୍ବର୍ଣ୍ଣ ଅଳଙ୍କାର, ଆସବାବପତ୍ର, ଫ୍ୟାନ୍, ଘଣ୍ଟା, ଶୀତବସ୍ତ୍ର, ପ୍ରସାଧନ ସାମଗ୍ରୀ, ଛତା, ଜୋତା, ବ୍ୟାଗ୍, ଟ୍ରଙ୍କ୍, ନଣନ୍ଦପେଡ଼ି, ଗ୍ରୋସେରୀ ସାମଗ୍ରୀ ସହ ୧୧ଶହ ଟଙ୍କା ଲେଖାଏଁ ନଗଦ ରାଶି ପ୍ରଦାନ କରାଯାଇଛି । ଏମିତି ବିବାହ ଉତ୍ସବ ବିଗତ ୩ବର୍ଷ ଧରି ଆୟୋଜନ ହେଉଛି ।