ଓଡିଶା

odisha

ETV Bharat / state

ବାଲେଶ୍ବରରେ ମାତିଛନ୍ତି ନାବାଳକ ଲୁଟେରା, 5 ଜଣଙ୍କୁ ବାନ୍ଧିଲା ପୋଲିସ

ଏକାଧିକ ଘଟଣାରେ ସମ୍ପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 2, 2023, 10:16 AM IST

Lootera gang busted

ବାଲେଶ୍ବର:ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଗୋଟିଏ ଘଟଣାରେ ତଦନ୍ତ କରୁ କରୁ ଏକାଧିକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଚୋରି, ଛିନତାଇ ଓ ଡକାୟତିରେ ଲିପ୍ତ ଥିବା 5 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ, ବାଇକ, ଟିଭି ଓ ଟଙ୍କା ଜବତ କରିଛି ପୋଲିସ । ଏମାନଙ୍କ ମଧ୍ୟରେ 4 ଜଣ ନାବାଳକ ରହିଛନ୍ତି । ବାଲେଶ୍ବର ଜିଲ୍ଲାରେ ଅନେକ ଡକାୟତି ଘଟଣାରେ ଏମାନେ ସାମିଲ ରହିଛନ୍ତି । ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଗ୍ୟାଙ୍ଗ ବିଷୟରେ ସୂଚନା ଦେଇଛନ୍ତି ।

ଏସପି ସାଗରିକା ନାଥଙ୍କ ସୂଚନା ଅନୁସାରେ, ଗତ 28 ତାରିଖ ରାତି ଓ 29 ତାରିଖ ସକାଳେ ଚାନ୍ଦିପୁର ଥାନା ଅଧିନ ନୂଆ ଡିଆରଡିଓ ରାସ୍ତାରେ ଲୁଟେରାମାନେ ଲୁଟ ପାଇଁ ଜଣେ ମାଛ ବେପାରୀଙ୍କୁ ପିଛା କରିଥିଲେ । ମାଛ ବେପାରୀ ତାଙ୍କ କବଳରୁ ବର୍ତ୍ତିବା ପାଇଁ ଗାଡି ସ୍ପିଡ଼ ଚଳାଇଥିଲେ । ମାତ୍ର ଲୁଟେରା ମାନେ ମାଛ ବେପାରୀଙ୍କୁ ଡରାଇବା ଦ୍ୱାରା ସେ ଭୟରେ ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥଲେ। ଯାହା ଫଳରେ ମାଛ ବେପାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । 29 ତାରିଖ ସକାଳେ ଆଉଜଣେ ବ୍ୟକ୍ତିଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ଏହି ଲୁଟେରା ମାନେ ଗାଡ଼ିରେ ପିଛା କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଲୁଟେରା ଏବଂ ସମ୍ପୃକ୍ତ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମୋବାଇଲ କିଣିବା ଆଳରେ ଲୁଟ, ଲୁଟି ନେଲେ ଦାମୀ ଫୋନ

ବ୍ୟକ୍ତିଙ୍କ ହାତ ଭାଙ୍ଗିଥିବା ବେଳେ ତାଙ୍କୁ ବାଇକରେ ଲୁଟେରା ମାନେ ପିଛା କରି ଭୁଜାଲିରେ ଆକ୍ରମଣ କରିଥିଲେ । ବାଇକ ଦୁର୍ଘଟଣା ପରେ ଲୁଟେରା ମାନେ ଘଟଣାସ୍ଥଳରେ ବାଇକ ଛାଡି ପଳାଇଯାଇଥିଲେ । ଏହି ଦୁଇଟି ଘଟଣାରେ ପୋଲିସ ତଦନ୍ତ ବେଳେ ଲୁଟେରା ମାନଙ୍କ ଗାଡି ନମ୍ବରକୁ ସିଜ କରିଥିଲା । ପରେ ଲୁଟେରା ମାନେ ଏହି ଦୁର୍ଘଟଣା ଭିଆଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରିବା ପରେ ଲୁଟେରାମାନେ 28 ତାରିଖ ରାତିରେ ଚାନ୍ଦିପୁର ଥାନା, ସହଦେଵଖୁଣ୍ଟା ଥାନା, ସଦର ଥାନା ଏବଂ ଟାଉନ ଥାନା ଅଧୀନରେ ଚୋରି କରିଥିବା ସୁରାକ ପାଇଥିଲା ପୋଲିସ । ଲୁଟେରା ମାନେ ଟିଭି, ମୋବାଇଲ, ଏବଂ ବାଇକ ଚୋରି କରିଥିଲେ।

ସେମାନଙ୍କ ନିକଟରୁ ପୋଲିସ ପାଞ୍ଚଟି ବାଇକ, ଗୋଟିଏ ଏଲଇଡି ଟିଭି, ଚାରୋଟି ମୋବାଇଲ ଓ ନଗଦ 500 ଟଙ୍କା ଜବତ କରିଛି ପୋଲିସ । ଗିରଫ ହୋଇଥିବା 5 ଜଣଙ୍କ ମଧ୍ୟରେ ଚାରି ଜଣ ନାବାଳକ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଆଉଜଣେ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରିବା ନେଇ ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାମରେ ବାଲେଶ୍ଵରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details