ଓଡିଶା

odisha

ETV Bharat / state

ଡିକି ଭାଙ୍ଗି ଲୁଟିନେଲେ ଏକ ଲକ୍ଷ, କ୍ୟାମେରାରେ କଏଦ ଲୁଟ ଦୃଶ୍ୟ - loot in nilagiri

କଲେଜରେ ଝିଅର ନାମ ଲେଖା ପାଇଁ  ପ୍ରଫୁଲ୍ଲ ପରିଡା ନୀଳଗିରି ସ୍ଥିତ ଏସବିଆଇ ବ୍ୟାଙ୍କକୁ ଯାଇ ଏକ ଲକ୍ଷ ଟଙ୍କା ଉଠାଇଥିଲେ। କିଛି ସମୟ ପାଇଁ ଘରକୁ ଯାଇ ଫେରିଲା ବେଳକୁ ସ୍କୁଟି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ ହୋଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି । ତେବେ ଘରେ ଲାଗିଥିବା ସିସିଟିଭି ଫୁଟେଜରେ ଲୁଟ୍‌ର ଦୃଶ୍ୟ କଏଦ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 2, 2019, 9:56 PM IST

ବାଲେଶ୍ବର: ଦିନ ଦ୍ବିପ୍ରହରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ନୀଳଗିରି ବଜାର ବାଇପାସ ରୋଡରେ ଥିବା ସ୍କୁଟି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସନ୍ଦେହ କରି 4ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, କଲେଜରେ ଝିଅର ନାମ ଲେଖା ପାଇଁ ପ୍ରଫୁଲ୍ଲ ପରିଡା ନୀଳଗିରି ସ୍ଥିତ ଏସବିଆଇ ବ୍ୟାଙ୍କକୁ ଯାଇ ଏକ ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କା ନିଜ ସ୍କୁଟିର ଡିକିରେ ରଖି ଘର ଆଗରେ ଗାଡି ରଖିଥିଲେ। କିଛି ସମୟ ପାଇଁ ଘରକୁ ଯାଇ ଫେରିଲା ବେଳକୁ 2ଟି କଳା ରଙ୍ଗର ବାଇକରେ ୪ ଜଣ ଯୁବକ ଆସି ଡିକି ଭାଙ୍ଗି ଫେରାର ହୋଇଯାଇଥିଲେ ।

ତେବେ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ନୀଳଗିରି ପୋଲିସ ଶେରଗଡ ରାସ୍ତାରେ ଆମ୍ବଡିହା ଛକରେ 2ଜଣ ଯୁବକ ଓ 2ଜଣ ଯୁବତୀକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details