ଓଡିଶା

odisha

ETV Bharat / state

ବାଲେଶ୍ବର ସେବା ସମବାୟ ସମିତିରୁ ଚୋରି

ଗତ ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସଦର ଥାନା ଅଞ୍ଚଳରେ ଥିବା ଏକ ସେବା ସମବାୟ ସମିତିରେ ଚୋରମାନେ ଲୁହା କବାଟ ତାଲା ଭାଙ୍ଗି ଆଲମିରା ଭିତରେ ଥିବା 5 ହଜାର ଟଙ୍କା, ଜରୁରୀ କାଗଜପତ୍ର, 3ଟି କମ୍ପ୍ୟୁଟର, ଇନଭର୍ଟର ଭଳି ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 28, 2019, 12:28 PM IST

ବାଲେଶ୍ବର: ବାଲେଶ୍ବର ସେବା ସମବାୟ ସମିତିରୁ ଚୋରି ଅଭିଯୋଗ । ଗତ ଶନିବାର ବିଳମ୍ବିତ ରାତିରେ ଜିଲ୍ଲା ସଦର ଥାନା ଅଞ୍ଚଳରେ ଥିବା ଏକ ସେବା ସମବାୟ ସମିତିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତ ଶନିବାର ବିଲମ୍ବିତ ରାତିରେ ସଦର ଥାନା ଅଧିନ ନିଜାମପୁର ସେବା ସମବାୟ ସମିତିରେ ଚୋରମାନେ ଲୁହା କବାଟ ତାଲା ଭାଙ୍ଗି ପଶିଥିଲେ । ଏଥିସହ ଆଲମିରା ଭିତରେ ଥିବା 5 ହଜାର ଟଙ୍କା, ଜରୁରୀ କାଗଜପତ୍ର, 3ଟି କମ୍ପ୍ୟୁଟର, ଇନଭର୍ଟର ଭଳି ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଏହି ଚୋରି ପଛରେ ସେବା ସମବାୟ ସମିତିର ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଏପଟେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details