ଓଡିଶା

odisha

ETV Bharat / state

‘ଟାଉନ ଥାନା ପାଲଟିଛି ଅସାଧୁ ବେପାରୀଙ୍କ ଆଡ୍ଡାସ୍ଥଳୀ’ - ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ

ବାଲେଶ୍ବରରେ ଚୋରି, ଲୁଟ୍‌ପାଟ, ଡକାୟତି, ନିଶା କାରବାର ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଛି । ହେଲେ ଏଥିରେ ପୋଲିସ ନୀରବଦ୍ରଷ୍ଟା ସାଜିଛି ଓ ଟାଉନ ଥାନା ଅସାଧୁ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବୋଲି କହିଛନ୍ତି ବାଲେଶ୍ବର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତ ।

ଡିଜାଇନ ଫଟୋ

By

Published : Aug 21, 2019, 12:28 PM IST

Updated : Aug 21, 2019, 1:34 PM IST

ବାଲେଶ୍ବର: ଜିଲ୍ଲାରେ ପୋଲିସର ମନମୁଖୀ ଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ସାଘାଂତିକ ଅଭିଯୋଗ ଆଣିଛନ୍ତି । କଳା କାରବାରରେ ଲିପ୍ତ ଅସାମାଜିକଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପ୍ରତି ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଖୁଲାସା କରିଛନ୍ତି । ସେ ସିଧାସଳଖ ଏସ୍‌ପି ଓ ଟାଉନଥାନା ଆଇଆଇସିଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭାଇଚାରାର ସହର ଏବେ ଅପରାଧପ୍ରବଣ । ବାଲେଶ୍ବରରେ ଚୋରି, ଲୁଟ୍‌ପାଟ, ଡକାୟତି, ନିଶା କାରବାର ଘଟଣାର ସଂଖ୍ୟା ଦିନକୁ ଦିନ ବଢୁଛି । ବାଲିଆପାଳରେ ପୋଲିସର ବର୍ବରୋଚିତ କାଣ୍ଡ ପାଇଁ ଲୋକେ ଆଇନକୁ ହାତକୁ ନେଇଥିବା କଥା ସେ କହିଛନ୍ତି । ପୋଲିସର ଆକ୍ସନ କ୍ରିୟାହୀନ । ଟାଉନଥାନା ଆସାଧୁ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି, ପୋଲିସ ଓ କଳାବେପାରୀଙ୍କ ମେଣ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସର ନିର୍ଯ୍ୟାତନାରେ ସାଧାରଣ ଲୋକେ ଅତିଷ୍ଠ ଓ ଆଗାମୀ ଦିନରେ ପୋଲିସକୁ ଲୋକେ ଉଚିତ୍‌ ଶିକ୍ଷା ଦେବେ ବୋଲି କହିଛନ୍ତି ।

ଏଥିସହ ଆଗାମୀ ଗଣେଶ ପୂଜା ପାଇଁ ଡ଼କାଯାଇଥିବା ଶାନ୍ତି କମିଟି ବୈଠକରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଭାଇଚାରା ପ୍ରତି ବିପଦ, ଆଇନଶୃଙ୍ଖଳା ଭଙ୍ଗର ପ୍ରମୁଖ ନାୟକ ଟାଉନଥାନା ଆଇଆଇସି ଓ ବାଲେଶ୍ବର ଏସପି୍‌ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 21, 2019, 1:34 PM IST

ABOUT THE AUTHOR

...view details