ଓଡିଶା

odisha

ETV Bharat / state

ଚାନ୍ଦିପୁରରୁ ପୃଥିବୀ-2ର ସଫଳ ପରୀକ୍ଷଣ

ଚାନ୍ଦିପୁର ଘାଟିରେ ହୋଇଛି ପୃଥିବୀ-2 ମିସାଇଲର ସଫଳ ପରୀକ୍ଷଣ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ମଧ୍ୟମ ଦୂରଗାମୀ ପୃଥିବୀ-2 କ୍ଷେପଣାସ୍ତ୍ରକୁ ଏକ ଚଳମାନ ଯାନରୁ ଗୁରୁବାର ପରୀକ୍ଷଣ କରାଯାଇଛି ।

By

Published : Jun 27, 2019, 9:40 PM IST

ପ୍ରତୀକାତ୍ମକ ଫଟୋ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶତ୍ରୁ ଦମନ ପାଇଁ ପୁଣି ଏକ ମିସାଇଲ ପରୀକ୍ଷଣ କରାଯାଇଛି । କ୍ଷେପଣାସ୍ତ୍ର ଘାଟିର 3 ନଂ ଲଞ୍ଚ ପ୍ୟାଡରୁ ଗୁରୁବାର ରାତି 8:30ରେ ପୃଥ୍ବୀ-2ର ସଫଳ ପରୀକ୍ଷଣ ହୋଇଛି । ବିଗତ ଦିନ ମାନଙ୍କରେ ହୋଇଥିବା ପୃଥ୍ଵୀର ପରୀକ୍ଷଣ ମଧ୍ୟ ରାତିରେ କରାଯାଇଥିବା ଜଣାପଡିଛି ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ମଧ୍ୟମ ଦୂରଗାମୀ ପୃଥିବୀ-2 କ୍ଷେପଣାସ୍ତ୍ରକୁ ଏକ ଚଳମାନ ଯାନରୁ ଗୁରୁବାର ପରୀକ୍ଷଣ କରାଯାଇଛି । ଏହି ପୃଥିବୀ କ୍ଷେପଣାସ୍ତ୍ର 500 ରୁ 1000 କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି 350 କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ପକ୍ଷର କ୍ଷତି କରିପାରିବାର କ୍ଷମତା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details