ଓଡିଶା

odisha

ETV Bharat / state

ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ, କାର୍ଯ୍ୟାଳୟରେ ପୋଲିସର ଖୋଳତାଡ - ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ

Simulia BDO Suicide Case: ଗତକାଲି ସରକାରୀ ବାସଭବନରେ ଜୀବନ ହାରିଥିଲେ ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତି । ଆଜି ତାଙ୍କ ପୈତୃକ ଘର ବାରିପଦା ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅତ୍ୟଧିକ ମାନସିକ ଚାପ ରହୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ, କାର୍ଯ୍ୟାଳୟରେ ପୋଲିସର ଛାନଭିନ
ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ, କାର୍ଯ୍ୟାଳୟରେ ପୋଲିସର ଛାନଭିନ

By ETV Bharat Odisha Team

Published : Jan 12, 2024, 5:11 PM IST

ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ, କାର୍ଯ୍ୟାଳୟରେ ପୋଲିସର ଛାନଭିନ

ବାଲେଶ୍ୱର/ବାରିପଦା:ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତି ଗତକାଲି ସରକାରୀ ବାସଭବନରେ ଜୀବନ ହାରିଥିବା ବେଳେ ଆଜି ତାଙ୍କର ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ୟପଟେ ସିମୁଳିଆ ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ବିଡିଓଙ୍କ କାର୍ଯ୍ୟାଳୟରେ ବିଭିନ୍ନ କାଗଜପତ୍ର, ସିସିଟିଭି ଯାଞ୍ଚ କରୁଛନ୍ତି । ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ 2/24ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ବିଡ଼ିଓଙ୍କ ମୃତ୍ୟୁ ଖବର ପାଇ ବାଲେଶ୍ୱର ପିଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ବିଡ଼ିଓଙ୍କ ପରିବାର ଲୋକେ ପହଁଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯାଇଥିଲା । ବିଶ୍ୱରଂଜନଙ୍କ ଉପରେ କୌଣସି ସରକାରୀ ଚାପ ନଥିବା ଜିଲ୍ଲାପାଳ ଗତକାଲି ପ୍ରକାଶ କରିଥିଲେ ।

ପ୍ରକାଶ ଥାଉକି, ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତି ଗତକାଲି ଦିନ 11ଟାରେ ମାତ୍ର କିଛି ସମୟରେ କାର୍ଯ୍ୟ କରି ସରକାରୀ ବାସଭବନକୁ ଫେରିଯାଇଥିଲେ । ପରେ ସେଠାରେ ବିଡିଓ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ଚାଞ୍ଚଲ୍ୟ ଖେଳିଯାଇଥିଲା ଜିଲ୍ଲାରେ । ଜୀବନ ହାରିବା କାରଣ କିଛି ଜଣାପଡି ନଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ଏଭଲି ଚରମ ନିଷ୍ପତ୍ତି ପଛରେ ଉପରିସ୍ଥ ଅଧିକାରୀଙ୍କ ଚାପ ନା ବ୍ୟକ୍ତିଗତସ୍ତରରେ କୌଣସି ଚାପ ରହିଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ତାଙ୍କ ପୈତୃକ ଘର ମୟୂରଭଞ୍ଜର ଜିଲ୍ଲା ବାରିପଦା ଠାରେ ଶୋକର ଛାୟା ଖେଳିଯାଇଛି । ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଆଜି ସକାଳୁ ବିଡିଓଙ୍କ ମର ଶରୀର ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବାରିପଦା ବିଧାୟକ ପ୍ରକାଶ ସୋରେନ, ନଗରପାଳ ଏବଂ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଶେଷ ଦର୍ଶନ କରି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ବାରୁଣୀ ଶ୍ମଶାନରେ ଅନ୍ତିମ ସତ୍କାର କରଯାଇଛି ।

ଏହା ମଧ୍ୟ ପଢନ୍ତୁ.....ଜୀବନ ହାରିଲେ ସିମୁଳିଆ ବିଡିଓ

ସେ ଅକ୍ଟୋବର ୨୫ରେ ସିମୁଳିଆ ବିଡ଼ିଓ ଭାବରେ ଯୋଗ ଦେଇଥିଲେ । ସେ ଅତ୍ୟଧିକ କାର୍ଯ୍ୟର ଚାପ ରହୁଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ତାଙ୍କୁ ଛୁଟି ଦେଉ ନଥିବାରୁ ସେ ମାନସିକ ଚାପରେ ଥିଲେ ବୋଲି ବାପା ନରେନ୍ଦ୍ର ପ୍ରସାଦ ମହାନ୍ତି ଅଭିଯୋଗ କରିଛନ୍ତି । ତାଙ୍କ ସ୍ତ୍ରୀ ଏକ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ କୌଣସି ଅଧିରାକୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବାଲେଶ୍ୱର ଓ ମୟୂରଭଞ୍ଜ

ABOUT THE AUTHOR

...view details